ବରଗଡ଼: ଟିକସ୍‌ ଫାଙ୍କିବା ପାଇଁ ବାଇପାସ୍‌ ଦେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍‌ 

Advertisment
ବରଗଡ଼: ଟିକସ୍‌ ଫାଙ୍କିବା ପାଇଁ ବାଇପାସ୍‌ ଦେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍‌ 

ବରଗଡ଼ : ବରାହଗୋଡ଼ା ବାଇପାସ୍ ଗ୍ରାମ୍ୟ ସଡ଼କରେ ଟିକସ୍‌ ଫାଙ୍କିବା ପାଇଁ ମାତ୍ରାଧିକ ଯାନବାହାନ ଚଳାଚଳ ବଢ଼ିବା ସହ ଦୁର୍ଘଟଣା ଘଟୁଛି। ଶନିବାର ସମ୍ବଲପୁର ପଟରୁ ଛତିଶଗଡ଼ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ ଟୋଲ୍‌ ଫାଙ୍କିବା ପାଇଁ ଏହି ବାଇପାସ୍‌ ଦେଇ ପଳାଇବାକୁ ଉଦ୍ୟମ କରୁଥିଲା। ତେବେ ଏହି ରାସ୍ତାରେ ଥିବା ୧୧୦୦ କେଭି ବିଜୁଳି ତାର ସଂସ୍ପର୍ଶରେ ଆସି ଟ୍ରକ୍‌ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ପୂର୍ବରୁ ଏହି ବାଇପାସ୍ ରାସ୍ତାରେ କିଛି ଆସାମାଜିକ ଲୋକ ଟୋଲ୍‌ ଟିକସ ଫାଙ୍କିବା ପାଇଁ ଡ୍ରାଇଭରମାନଙ୍କୁ ପ୍ରବର୍ତ୍ତାଇ ଟଙ୍କା ଆଦାୟ କରୁଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe