ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଟ୍ରକ ଭରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରକାଶ ଯେ, କେସିଙ୍ଗା ଆଡ଼କୁ ଏକ ଟ୍ରକ (ଓଡି ୦୨ ଏଏମ୍ ୩୧୧୦) ଯାଉଥିଲା। ଉତ୍କେଲା ଗ୍ରାମର ପେଟ୍ରୋଲ ପମ୍ପ ସାମ୍ନାରେ ବୁଧବାର ରାତିରେ ଭାରସାମ୍ୟ ହରାଇ ରାସ୍ତା ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା। ଘଟଣା ସ୍ଥଳରେ କେସିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us