ଟ୍ରକ୍‌ ଚାପାରେ ଲ୍ୟାମ୍ପ୍ସ ଏମ୍‌ଡିଙ୍କ ମୃତ୍ୟୁ, ଟ୍ରକ୍‌ ଚାଳକ ଫେରାର

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ୬ନଂ ରାଜ୍ୟ ରାଜପଥ ଢେପଗୁଡ଼ା ଜଙ୍ଗଲର ଲୋକନାଥପୁର ନିକଟ ପୋଲ ନିକଟରେ ଏକ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଲ୍ୟାମ୍ପ୍ସ ଏମ୍‌ଡି କମ୍ବୁପାଣି ବାରିକ (୫୮) ବୋଲି ଜଣାପଡ଼ିଛି। ଶ୍ରୀ ବାରିକ ଆଜି ଲାଞ୍ଜିଗଡ଼ ଆସି ନିଜ କାମ ସାରି ଅପରାହ୍ନରେ ଲାଞ୍ଜିଗଡ଼ କୋ-ଅପରେଟିଭ ବ୍ୟାଙ୍କ ମ୍ୟାନେଜର ମନୋରଞ୍ଜନ ଚାନ୍ଦଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ।

ଏହି ସମୟରେ ଢେପଗୁଡ଼ା ଜଙ୍ଗଲ ଲୋକନାଥପୁର ନିକଟ ବ୍ରିଜ୍‌ ପାଖରେ ପଛପଟରୁ ରାୟଗଡ଼ାରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ (ଏପି-୦୭ଟିଇ ୮୦୮୯) ସେମାନଙ୍କୁ ଧକ୍କା ଦେଇଥିଲା। ଚାଳକ ମ୍ୟାନେଜର ଶ୍ରୀ ଚାନ୍ଦ ଛିଟିକି ହୋଇ ପଡ଼ିଥିବା ବେଳେ ଶ୍ରୀ ବାରିକ ତଳେ ପଡ଼ି ଯାଇଥିଲେ। ଫଳରେ ଟ୍ରକ୍‌ ଚାପାରେ ଶ୍ରୀ ବାରିକଙ୍କ ମୃ୍ତ୍ୟୁ ଘଟିଥିଲା। ବର୍ତ୍ତମାନ ଚାଳକ ଶ୍ରୀ ଚାନ୍ଦ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର ମାରିଛି। ବିଶ୍ୱନାଥପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe