ଟ୍ରକ୍‌ ଚାପାରେ ନାବାଳିକା ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ବସ୍ତିରେ ଶନିବାର ସକାଳ ୧୦ଟାରେ ଏକ ମାଲ ବୋଝେଇ ଟ୍ରକ୍‌ (ସିଜି ୦୪ଜି-୪୨୬୦) ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଲଡୁଗାଁର ନେପାଳ ପୁଝାରୀଙ୍କ ଝିଅ ସବିତା ପୁଝାରୀ (୧୭)।

ସେ ସ୍ଥାନୀୟ କଲେଜରେ ଯୁକ୍ତ ୨ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଥିଲେ। ଆଜି ଏକ​ ଫେନ୍ସି ଦୋକାନକୁ କିଛି କିଣିବାକୁ ଯାଇ ସେଠାରୁ ଫେରୁଥିବା ବେଳେ ଉକ୍ତ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଲଡୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ କୋକସରା ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସଂପୃକ୍ତ ଗାଡ଼ିକୁ ଅଟକ ରଖିବା ସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଏସ୍‌ଆଇ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe