ବସ୍‌ ଓ ଟ୍ରକ୍‌ ବୀମା ଅବଧି ୬ ମାସ ବୃଦ୍ଧି କରିବାକୁ ଓଡ଼ିଶାର ପ୍ରସ୍ତାବ

Advertisment
ବିଚିତ୍ର ସ୍ଥିତିରେ ଟ୍ରକ୍‌ ବ୍ୟବସ‌ାୟ: ଅନୁମତି ଅଛି, ଚାଲିପାରୁନି

Image Source: Zee News

ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ଆଲୋଚନା
ଗାଡ଼ି ଋଣ କିସ୍ତି ସୁଧମୁକ୍ତ କରିବାକୁ ଦାବି

ଭୁବନେଶ୍ବର : ତାଲାବନ୍ଦ ଯୋଗୁଁ ବସ୍‌ ଓ ଟ୍ରକ୍‌ଗୁଡ଼ିକ ରାସ୍ତାରେ ଚାଲୁନି। ଚଳିତବର୍ଷ ସବୁ ବସ୍‌ ଓ ଟ୍ରକ୍‌ ପାଇଁ ହୋଇଥିବା ବୀମା ଅବଧିକୁ ୬ ମାସ ପାଇଁ ସଂପ୍ରସାରଣ କରାଯାଉ। ମଙ୍ଗଳବାର ଦିନ ଭିଡିଓ କନଫରେନ୍‌ସିଂ ଜରିଆରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ୍‌ ଗଡ଼କରୀ ସବୁ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ଆଲୋଚନା କଲାବେଳେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦ୍ର ମନ୍ତ୍ରୀଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅନୁରୋଧ କରିଛନ୍ତି। ତେବେ ସମସ୍ତ ପ୍ରସ୍ତାବକୁ ଲିଖିତ ଭାବେ ପଠାଇବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ଗଡ଼କରି କହିଥିଲେ, ଅନେକ ବସ୍‌ ଓ ଟ୍ରକ୍‌ ମାଲିକମାନେ ବ୍ୟାଙ୍କରୁ ଋଣ କରି ଗାଡ଼ି କରିଛନ୍ତି। ଯଦିଓ ରିଜର୍ଭ ବ୍ୟାଙ୍କ୍‌ ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଋଣ କିସ୍ତି ଛାଡ଼ କରିବାକୁ ବ୍ୟାବସାୟିକ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି କିସ୍ତି ଉପରେ ସୁଧ ଛାଡ଼ ନେଇ କିଛି ବି ବ୍ୟବସ୍ଥା କରାଯାଇନି। ବାସ୍ତବରେ ତାଲାବନ୍ଦ ସମୟରେ ଗାଡ଼ିଗୁଡ଼ିକ ଚାଲୁନଥିବାରୁ ମାଲିକମାନେ ବହୁ ଆର୍ଥିକ କ୍ଷତିର ସାମନା କଲେଣି। ତାଲାବନ୍ଦ କେବେ ହଟିବ ତାବି ଜଣାନାହିଁ। ଏପରି ସ୍ଥିତିରେ ସେମାନଙ୍କ ଉପରେ ସୁଧ କଷିବା ଉଚିତ୍‌ ହେବନି। ସେମାନଙ୍କୁ କିସ୍ତି ରହିତ ଅବଧି ପର୍ଯ୍ୟନ୍ତ ସୁଧ ଛାଡ଼ କରିବାକୁ ଶ୍ରୀ ବେହେରା କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାସହିତ ବାହାର ରାଜ୍ୟରେ ଥିବା ପ୍ରାୟ ସବୁ ରାଜ୍ୟର ଶ୍ରମିକମାନେ ଯେପରି ସୁରୁଖୁରୁରେ ନିଜ ରାଜ୍ୟକୁ ଫେରିବେ, ସେଥିପାଇଁ କେନ୍ଦ୍ର ସରକାର ଗୋଟିଏ ମନିଟରିଂ ବ୍ୟବସ୍ଥା କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe