ରାସ୍ତାରେ ଜଳିଗଲା ହାଇୱା

Advertisment
ରାସ୍ତାରେ ଜଳିଗଲା ହାଇୱା

ବଡ଼ବିଲ: ରୁଗୁଡ଼ି ଥାନା ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି-ଗୁଆଲି ରାସ୍ତାରେ ମେସ୍କୋ ଖଣି ନିକଟରେ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ହାଇୱା ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟ୍ ନଚେତ କେହି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି।

ଶନିବାର ୨ଟା ସମୟରେ ମେସ୍କୋ ଖଣି ନିକଟରେ ଲୁହାପଥର ବୋଝେଇ କରି ଛିଡ଼ା ହୋଇଥିବା ଏକ ହାଇୱା (ଓଡି-୦୯-କେ-୩୯୧୮)ରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ସମୟରେ ଚାଳକ ଗାଡ଼ି ନିକଟରେ ନଥିଲେ। ‌ଚାଳକ ଆସି ଦେଖିବାବେ‌ଳକୁ ହାଇୱାଟି ହୁ ହୁ ହୋଇ ଜଳୁଥିଲା।

ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବଡ଼ବିଲ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଗୌରାଙ୍ଗ ସିଂଙ୍କ ନେତୃତ୍ବରେ ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହାଇୱାର ୭୦ ପ୍ରତିଶତ ଜଳିଯାଇଛି। ଅଗ୍ନିଶମ ବିଭାଗର ଫାୟାରମ୍ୟାନ୍‌ ପ୍ରଦୀପ ପାତ୍ର, ସୁଶୀଲ କିଷାନ, କାଶିନାଥ ସାହୁ, ସଂଜୟ କିଷାନ, ବଳିଆ ମାରାଣ୍ଡି ପ୍ରମୁଖ ନିଆଁ ଲିଭା କାମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe