ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ବସକୁ ପିଟିଲା ଟ୍ରକ୍; ଜଣେ ମୃତ, ୧୦ରୁ ଅଧିକ ଆହତ

ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ବସକୁ ପିଟିଲା ଟ୍ରକ୍; ଜଣେ ମୃତ, ୧୦ରୁ ଅଧିକ ଆହତ

ସମ୍ବଲପୁର/ ଝାରସୁଗୁଡ଼ା: ସମ୍ବଲପୁର -ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଝାରସୁଗୁଡ଼ାରୁ ଆସୁଥିବା ମହାଲକ୍ଷ୍ମୀ ବସକୁ ପଛରୁ ଏକ ଟ୍ରକ୍ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। କୁହାଯାଉଛି ଯେ ଉକ୍ତ ବସଟି ଘଟଣାସ୍ଥଳରେ ଠିଆ ହୋଇଥିବା ବେଳେ ଟ୍ରକଟି ପଛପଟୁ ପିଟିଥିଲା। ଏହା ଦେଖି ଯାତ୍ରୀମାନେ ଭୟରେ ବସରୁ ବାହାରି ଆସିଥିଲେ। ମାତ୍ର କେତେକଜଣ ବାହାରେ ଛିଟକି ପଡ଼ିଥିଲେ। ସେମାନଙ୍କ ଭିତରୁ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଏଯାଏ ମୃତକଙ୍କର ପରିଚୟ ମିଳିନାହିଁ।

publive-image

ଉଭୟ ଟ୍ରକ୍ ଓ ବସ୍ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ସକାଳ ପାଖାପାଖି ୭ଟା ୨୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ସ୍ଥାନୀୟ ଲୋକ ଓ ପୁଲିସର ସହାୟତାରେ ସମସ୍ତ ଆହତମାନଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଦୁଇ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe