ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ଓ ରଣିତାଲ ମଝିରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ନାଇଟ୍ରୋଜେନ୍ ବୋଝେଇ ଟ୍ରକ୍ରେ ରବିବାର ରାତିରେ ନିଆ ଲାଗି ଯାଇଛି। ଟ୍ରକ୍ର ଚକା କୌଣସି କାରଣରୁ ଫାଟି ଯିବାରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ନିଆଁ ଲାଗି ଟ୍ରକ୍ ଜଳି ଯାଉଥିବା ଜାଣିବା ପରେ ଡ୍ରାଇଭର ଟ୍ରକ ଅଟକାଇ ଥିଲେ। ସ୍ଥାନୀୟ ଲୋକ ଭଦ୍ରକ ଦମକଳ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ଏହି ଟ୍ରକ୍ଟି ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା।
ପାରାଦୀପରୁ କୋଲକାତା ଯିବା ବେଳେ ହୁତୁହୁତୁ ହୋଇ ଜଳିଗଲା ନାଇଟ୍ରୋଜେନ୍ ବୋଝେଇ ଟ୍ରକ୍
Advertisment
Follow Us