ଜଳିଗଲା ୧୨ଚକିଆ ଟ୍ରକ୍‌, ବର୍ତ୍ତିଗଲେ ଚାଳକ ଓ ସହାୟକ

Advertisment
ଜଳିଗଲା ୧୨ଚକିଆ ଟ୍ରକ୍‌, ବର୍ତ୍ତିଗଲେ ଚାଳକ ଓ ସହାୟକ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ନିକଟରେ ଏକ ୧୨ ଚକିଆ ଟ୍ରକରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯିବାରୁ ଏହାର ଇଞ୍ଜିନ, ସାମ୍ନା କେବିନ ଇତ୍ୟାଦି ପୋଡି ଯାଇଛି। ଇଞ୍ଜିନ ଆଡୁ ନିଆଁ ବାହାରିବାରୁ ଏହାର ଚାଳକ ଓ ସହାୟକ ଗାଡିରୁ ଓହ୍ଲାଇ ପଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପ୍ରଥମେ କେନ୍ଦୁଝର ଓ ପରେ ପରେ ଘଟଗାଁରୁ ଅଗ୍ନିଶମବାହିନୀ ପହଞ୍ଚି ଟ୍ରକରୁ ନିଆଁ ଲିଭାଇଥିଲେ। ଟ୍ରକଟି ଢେଙ୍କିକୋଟ ଲଙ୍ଗଳକଣ୍ଟି ବାସିନ୍ଦା ଅର୍ଜୁନ ଚରଣ ବାରିକଙ୍କର ବୋଲି ଜଣାପଡିଛି। ଢେଙ୍କିକୋଟରୁ ଶୁଆକାଟି ଯାଇଥିବା ସମୟରେ ଏପରି ଘଟଣା ଘଟିଛି। ଟ୍ରକଟିରୁ ନିଆଁ ଲିଭିବା ପରେ ଏହାକୁ ଗାଡି ମାଲିକ କ୍ରେନ୍ ଲଗାଇ ଢେଙ୍କିକୋଟ ନେଇ ଆସିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe