ଚଳନ୍ତା ହାଇୱା ଜଳିଗଲା, ବର୍ତ୍ତିଲେ ଡ୍ରାଇଭର

Advertisment
ଚଳନ୍ତା ହାଇୱା ଜଳିଗଲା, ବର୍ତ୍ତିଲେ ଡ୍ରାଇଭର

ଚମକପୁର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳସାହି ଠାରେ ଆଜି ଏକ ହାଇୱା ଗାଡ଼ି ସର୍ଟ ସକିର୍ଟ ଯୋଗୁଁ ଜଳିଯାଇଛି। ପୁଲିସ ସୂଚନା ମୁତାବକ, ଆଜି ପ୍ରାୟ ଦିନ ଗୋଟାଏ ବେଳେ ୫୨୦ ନଂ ଜାତୀୟ ରାଜପଥର ରଘୁଆଳସାହି ଠାରେ ଆଜି ଏକ ହାଇୱା (ଓଡି୦୯ ଏ ୩୩୨୧) ରିମୁଳି ପଟୁ ଯୋଡା ଅଭିମୁଖେ ଯାଉଥିବା ବେଳେ ଗାଡି ଡ୍ରାଇଭର ଗାଡିରୁ ଧୂଆଁ ବାହାରୁଥିବା ଦେଖି ଗାଡ଼ି ଅଟକାଇ ଦେଇଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ସାମ୍ନାପଟ ଜଳୁଥିବା ଦେଖିବାକୁ ପାଇଥିଲେ। ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା। କିଛି ଉପାୟ ପାଇ ଗାଡିରେ ଥିବା ନିଜର ଦରକାରି କାଗଜପତ୍ର ଓ ଜିନିଷକୁ ତୁରନ୍ତ ବାହାର କରି ଦେଇଥିଲେ। ଖବର ପାଇ ବିଲେଇପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡମ୍ପରରୁ ନଆଁ ଲିଭାଇଥିଲେ। ଘଟଣାସ୍ଥଳରେ ରିମୁଳି ଫାଣ୍ତି ପୁଲିସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe