ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

Advertisment
ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଭଦ୍ରକର ରହାଞ୍ଜ ବାଇପାସ୍‌ ନିକଟରେ ସ୍କୁଲ ଫେରନ୍ତା ପିଲାଙ୍କ ଉପରେ ଟ୍ରକ୍‌ ମାଡିଯିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ବେପରଓ୍ଵା ଟ୍ରକ୍‌ ଚାଳନା ଯୋଗୁ ଅଷ୍ଟମ ଓ ନବମ ଶ୍ରେଣୀରେ ପଢୁଥିବା ରାଣୀତାଲ ହାଇସ୍କୁଲର ୫ ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭି ଯାଇଥିଲା। ୬ଜଣ ପିଲା ଗୁରୁତର ଆହତ ହୋଇଥିଲେ। ଏଥି ପାଇଁ ଦୋଷୀ ଟ୍ରକ୍‌ ଡ୍ରାଇଭରର ଗାଡି ଚାଳନା ସହିତ ପ୍ରଶାସନିକ ନିଷ୍କ୍ରିୟତା ଦାୟୀ। ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପାଇଁ ଏପରି ଦୁର୍ଘଟଣା ଘଟୁଛି। ପୀଡିତଙ୍କୁ କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡାଦେଶ ହେଲେ ବି ଏହି ନିଷ୍ପାପ ଜୀବନ ଗୁଡିକ ଆଉ ଫେରି ପାରିବ ନାହିଁ। କିନ୍ତୁ ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଆଇନ ସଚିବ, ଗୃହ ସଚିବ, ପରିବହନ କମିସନର, ଭଦ୍ରକ ଜିଲ୍ଲାପାଳ, ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe