୧୧ କେଭି ବିଦ୍ୟୁତ୍ ତାର ଲାଗି ଟ୍ରକ୍ ଚାଳକଙ୍କର ମୃତ୍ୟୁ

୧୧ କେଭି ବିଦ୍ୟୁତ୍ ତାର ଲାଗି ଟ୍ରକ୍ ଚାଳକଙ୍କର ମୃତ୍ୟୁ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଡଙ୍କଲପାଡ଼ୁ ଅଘଟଣର ପୁନରାବୃତ୍ତି ଘଟିଥିବା ଜଣାଯାଇଛି। ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ ନାମକ ଜଣେ ଟ୍ରକ୍ ଚାଳକ ଏକ ବାଲିବୋଝେଇ ଟ୍ରକ୍ ଧରି କଂସାରବଡ଼ଦାଣ୍ଡୁଆ ଗ୍ରାମର ଜନୈକ ଲୋକଙ୍କ ଘରକୁ ଯାଉଥିଲେ। ଗାଁ ମଝିରେ ୧୧ କେଭି ବିଦ୍ୟୁତ ତାର ଓହଳିଥିବାର ଦେଖି ସେ ରାସ୍ତାକଡ଼ରେ ଟ୍ରକକୁ ଠିଆ କରାଇ ତାରକୁ ଉଠାଇବାକୁ ଯାଇଥିଲେ। ସେହି ତାର ସହ କିଛି କେବୁଲ୍ ମଧ୍ୟ ଓହଳିଥିଲା। ସେହି ତାରକୁ ସଜାଡ଼ବାକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଏହାଫଳରେ ସେ ତଳେ ପଡ଼ିଯାଇଥିଲେ।

ଏହା ଦେଖି ଭରତଙ୍କୁ ଗ୍ରାମବାସୀ ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଗୁରୁତର ହେବାରୁ ତାଙ୍କୁ ସେଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ହେଲେ ରାସ୍ତାରେ ପ୍ରଭାତ  ସେଠୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ପ୍ରଭାତଙ୍କ ବୟସ ୩୫ ବର୍ଷ ଏବଂ ସେ ବିବାହିତ ବୋଲି ସୂଚନା ମିଳିଛି।
ଏହି ଘଟଣାକୁ ନେଇ ତନ୍ତିଆପାଳ ଥାନା ପୁଲିସ୍ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe