ମାସ୍କ ପିନ୍ଧି ନଥିବାରୁ ଓ ପୁଲିସର ମାଡ଼ ଭୟରେ ଦୌଡ଼ି ପଳାଉଥିଲେ, କୂଅରେ ପଡ଼ି ଟ୍ରକ ଚାଳକଙ୍କ ଜୀବନ ଗଲା

ମାସ୍କ ପିନ୍ଧି ନଥିବାରୁ ଓ ପୁଲିସର ମାଡ଼ ଭୟରେ ଦୌଡ଼ି ପଳାଉଥିଲେ, କୂଅରେ ପଡ଼ି ଟ୍ରକ ଚାଳକଙ୍କ ଜୀବନ ଗଲା

କୋଇଡା: ମାସ୍କ ନ ପିନ୍ଧି ଦୋକାନରେ ସାଙ୍ଗମାନଙ୍କ ସହ ଚା’ ପିଉଥିବା ବେଳେ ପୁଲିସ ପହଂଚିବାରୁ ଭୟରେ ସେଠାରୁ ପଳାୟନ କରୁଥିବା ଜଣେ ଟ୍ରକ ଚାଳକଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଭଂଜପାଲି ଗ୍ରାମରେ ଏଭଳି ଘଟଣା ଘଟିଛି। ଆଜି ସକାଳୁ କୂଅରୁ ଟ୍ରକ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବ୍ୟକ୍ତି ହେଲେ ଝୁଲନ ଚୌଧୁରୀ (୨୮)।

ସୂଚନା ଅନୁସାରେ କାଶିରା ପଞ୍ଚାୟତ ଭଞ୍ଜପାଲି ଗ୍ରାମରେ ଗତକାଲି ରାତି ୦୮ ଘଟିକା କିଛି ଟ୍ରକ ଚାଳକ ଓ ହେଲପର ମିଶି ଏକ ଦୋକାନରେ ଚା’ ପିଉଥିବାବେଳେ ହଠାତ୍‌ କୋଇଡା ପୁଲିସ୍‌ର ପେଟ୍ରୋଲିଂ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏମାନେ ସମସ୍ତେ ଗୋଟିଏ ଜାଗାରେ ଭିଡ଼ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ମାସ୍କ ପିନ୍ଧି ନ ଥିଲେ। ଫଳସ୍ୱରୂପ ପେଟ୍ରୋଲିଂ ଦଳ ତାଙ୍କ ଉପରେ ଲାଠି ମାଡ଼ର ଭୟ ଦେଖାଇ ଥିଲେ। ମାଡ଼ ଭୟରେ ସେ ସ୍ଥାନରୁ ଝୁଲନ ଓ ଅନ୍ୟ ହେଲପରମାନେ ଚମ୍ପଟ ମାରିଥିଲେ ଏବଂ ନିକଟସ୍ଥ ଗ୍ରାମ ଆଡକୁ ଧାଇଁ ଥିଲେ।

publive-image

କୋଭିଡ-୧୯ ସଂକଟ ସମୟରେ ୨ଟି ମୁଖ୍ୟ ଜିନିଷ ପାଲଟିଛି ମାସ୍କ ଓ ସାମାଜିକ ଦୂରତା। ଏହି ୨ଟି ଜିନିଷ ବ୍ୟବହାର କରୁ ନଥିବାର ଲୋକଙ୍କୁ ହଇରାଣର ଶିକାର ହେବାକୁ ପଡୁଛି। ବେଳେ ବେଳେ ଜୀବନ ମଧ୍ୟ ଚାଲି ଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝୁଲନ ଚୌଧୁରୀ।

ହେଲେ ସେ ମଧ୍ୟରୁ ବିହାରର ଲକ୍ଷ୍ମୀସରାୟ ଅଂଚଳର ଜାହାନାବାଦ ଗ୍ରାମର ଛଟୁ ଚୌଧୁରୀଙ୍କ ପୁଅ ଝୁଲନ ରାତି ଅନ୍ଧକାରରେ ଲୁଚିବାକୁ ଯାଇ ଏକ ଖୋଲା କୂଅରେ ପଡି ଯାଇଥିଲେ। କିଛି ସମୟ ପରେ ତାଙ୍କ ବନ୍ଧୁ ଓ ସମ୍ପର୍କୀୟ ଭାଇ ଖୋଜା ଖୋଜି କରିବାରୁ ତାଙ୍କ ଚପଲ ସେ କୂଅରେ ଭାସୁଥିବାର ଦେଖିଥିଲେ।

ଏ ସମ୍ପର୍କରେ କୋଇଡା ଥାନା ଖବର ପାଇ ସକାଳୁ କୋଇଡା ଅଗ୍ନିଶମ ବିଭାଗର ସହାୟତା କ୍ରମେ ଶବକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେରେ ଶବ ପଞ୍ଚନାମା ସରିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯିବ। ମୃତ ଝୁଲନ କୋଇଡା ଠାରେ ଟ୍ରକ ଚାଳକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ଘରେ ତିନି ମାସର ପୁଅ ସହ ଦୁଇ ବର୍ଷର ଝିଅ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe