ଖାଇକୁ ଖସିଲା ଟ୍ରକ୍‌, ୧୧ ମୃତ

Advertisment

କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେଲ୍ଲାପୁର ତାଲୁକ ଅଧୀନସ୍ଥ ଗୁଲ୍ଲାପୁର ଗ୍ରାମ ନିକଟରେ ଆଜି ଏକ ଫଳ ବୋଝେଇ ଟ୍ରକ୍‌ ନିୟନ୍ତ୍ରଣ....

କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେଲ୍ଲାପୁର ତାଲୁକ ଅଧୀନସ୍ଥ ଗୁଲ୍ଲାପୁର ଗ୍ରାମ ନିକଟରେ ଆଜି ଏକ ଫଳ ବୋଝେଇ ଟ୍ରକ୍‌ ନିୟନ୍ତ୍ରଣ....

fssffsf

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେଲ୍ଲାପୁର ତାଲୁକ ଅଧୀନସ୍ଥ ଗୁଲ୍ଲାପୁର ଗ୍ରାମ ନିକଟରେ ଆଜି ଏକ ଫଳ ବୋଝେଇ ଟ୍ରକ୍‌ ନିୟନ୍ତ୍ରଣ ହରାଇ ୫୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି  ଫଳ‌ ବୋଝେଇ ଟ୍ରକ୍‌ରେ ୩୦ରୁ ଅଧିକ ଲୋକ ଥିଲେ। ସେମାନେ ସମସ୍ତେ ଫଳ ବିକ୍ରେତା ଏବଂ ସେମାନେ ସାବାନୁର୍‌ରୁ ୟେଲ୍ଲାପୁର ମେଳାକୁ ଫଳ ବିକିବାପାଇଁ ଯାଉଥିଲେ।  ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଥିଲା। ଅନ୍ୟପକ୍ଷେ ଅନ୍ୟ ଆହତଙ୍କୁ ହୁବାଲି କିମ୍ସ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।  ଅନ୍ୟ ଏକ ଦୁର୍ଘଟଣାରେ   କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ   ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଉଭୟ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସରକାରଙ୍କ ଦ୍ବାରା ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe