ପୋଲ ତଳକୁ ଝୁଲି ରହିଲା ଟ୍ରକ୍‌, ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ

ପୋଲ ତଳକୁ ଝୁଲି ରହିଲା ଟ୍ରକ୍‌, ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ

ଭଦ୍ରକ: ଦ୍ରୁତଗାମୀ ଟ୍ରକ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଝୁଲି ରହିଛି। କିନ୍ତୁ ଖୁସିର କଥା ଯେ, ଟ୍ରକ୍‌ର ଚାଳକ କୌଶଳ କ୍ରମେ ବାହାରକୁ ଆସିଯାଇଛନ୍ତି। ଫଳରେ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ଛକ ଓଭର୍‌ବ୍ରିଜ୍‌ରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି।

ସୂଚନା ଅନୁସାରେ ଭଦ୍ରକ ବନ୍ତ ଛକ ଓଭର୍‌ବ୍ରିଜ୍‌ରେ ଆଜି ଏକ ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୫ଟା ବେଳେ ଗୋଟିଏ ଟ୍ରକ୍‌ ବ୍ରିଜ୍‌ ଉପର ଦେଇ ଯାଉଥିଲା। ଏହି ସମୟରେ ଟ୍ରକ୍‌ର ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଟ୍ରକ୍‌ଟି ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଭାଙ୍ଗିରୁଜି ଯାଇଥିଲା। କେବଳ ସେତିକି ନୁହେଁ, ଟ୍ରକ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି। ଟ୍ରକ୍‌ଟି ଯଦି ବ୍ରିଜ୍‌ ତଳକୁ ଖସିପଡ଼ିଥାଆନ୍ତା, ତେବେ ବ୍ରିଜ୍‌ ତଳ ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପ୍ରାଣ ଚାଲିଯାଇଥାଆନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଘଟଣା ବାବଦରେ ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe