୧୧କେଭି ବିଦ୍ୟୁତ ପୋଲରେ ଧକ୍କା ଖାଇଲା ଟ୍ରକ

Advertisment
୧୧କେଭି ବିଦ୍ୟୁତ ପୋଲରେ ଧକ୍କା ଖାଇଲା ଟ୍ରକ

କଣ୍ଟାବଣିଆ: ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟାବଣିଆ ଥାନା ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ପୋଲରେ ଧକ୍କା ଖାଇଲା ଟ୍ରକ। ଟ୍ରକ୍ ଧକ୍କା ଦେବାରୁ ପୋଲଟି ଭାଙ୍ଗିଯିବା ସହ ଉଚ୍ଚ ଶକ୍ତି ସମ୍ପନ୍ନ ୧୧କେଭି ତାର ଛିଣ୍ଡି ଅଗ୍ନିକାଣ୍ଡ ଘଟିଥିଲା। ଏବିଷୟରେ ଖବର ପାଇ ସଙ୍ଗେ ସଙ୍ଗେ ଟାଟା ବିଏସଲ୍ ପ୍ଲାଣ୍ଟର ଅଗ୍ନିଶମ ଗାଡ଼ି ଆସି ନିଆକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ପାଇଁ ଖାଲି ଜାଗାରେ ଥିବା ଘାସ ସବୁ ଜଳି ଯାଇଥିବା ଜଣାପଡ଼ିଛି।

ଅଗ୍ନି କାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ୨/୩ ଟି ବିଦ୍ୟୁତ ପୋଲ ଭାଙ୍ଗି ଯିବା ସହ ତାର ଛିଣ୍ଡି ଯାଇଛି । ସେହି ରାସ୍ତା ଦେଇ ବହୁତ୍ ଲୋକ ଯାତାୟାତ କରିଥାନ୍ତି। କିନ୍ତୁ ଘଟଣା ଘଟିଲା ବେଳେ ଅଳ୍ପ ଲୋକ ଯାଉଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe