ଅଧା ରହିଲା ଜଗାଦର୍ଶନ: ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ

୮ ଗୁରୁତର

ଅଧା ରହିଲା ଜଗାଦର୍ଶନ: ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ

ଯାଜପୁର: ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଅଟୋରେ ବାହାରିଥିଲେ ତିନି ପରିବାରର ୧୦ଜଣ ସଦସ୍ୟ। ହେଲେ ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ସେହି ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ବିଷମ କଟକ ଅଞ୍ଚଳର ୧୧ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳର ୨୦ ବର୍ଷୀୟ ବାଳିକା ପୂଜା ସାହୁ। ଗୁରୁତର ୮ଜଣଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ଅଟୋ ଚାଳକ ଲଳିତ କୁମାର ନାୟକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

publive-image

ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ୧୦ ଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ସମୟରେ ପାଣିକୋଇଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ହୋଇଥିଲା ଦୁର୍ଘଟଣା। ଖବର ପାଇ ପ୍ରଥମେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe