ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

Advertisment

ଏକାଦଶାହ କାମ ପାଇଁ ଯିବା ବାଟରେ ମୃତ୍ୟୁ

ଏକାଦଶାହ କାମ ପାଇଁ ଯିବା ବାଟରେ ମୃତ୍ୟୁ

ରାଣୀତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ଭଦ୍ରକ /ରାଣୀତାଲ /ତିହିଡ଼ି : ଭଦ୍ରକର ରାଣୀତାଲ ହାଇଟେକ କଲେଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ ଆରୋହୀମାନେ ମାର୍କୋଣା ଆଡ଼କୁ ଯାଉଥିବା ବେଳେ ପଛରୁ ଟ୍ରକ ଧକ୍କା ଦେଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ରାଜପଥ-୧୬ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

publive-image

ପରିବହନ ଆପ୍ ଅନୁସାରେ ଗାଡ଼ିଟି ବାସନ୍ତୀ ପ୍ରଧାନଙ୍କର। ତାଙ୍କ ଘର ତିହିଡ଼ି ବ୍ଲକ୍ ଭାଟପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକ ହେଲେ ଭାଟପଡ଼ା ଗ୍ରାମର ଜିତୁ ପ୍ରଧାନ, ବାପି ପ୍ରଧାନ ଓ ସଂକୁର ପ୍ରଧାନ। ସେମାନେ ପିଉସା ଘରକୁ ଏକାଦଶାହ କାମ ପାଇଁ ସୋର ଯାଉଥିଲେ ବୋଲି ସୂଚନା ରହିଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ଦିନ ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକରେ ଯାଉଥିବା ୩ ଜଣ ଆରୋହୀଙ୍କୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇ ଚାଲିଗଲା। ଘଟଣାସ୍ଥଳରେ ତିନିଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ତିହିଡି ଭଟପଡା ଗ୍ରାମର ତିନିଜଣ ଯୁବକ ଜିତୁ ପ୍ରଧାନ, ବାପି ପ୍ରଧାନ ଓ ସଂକୁର ପ୍ରଧାନ ଏକ ଦଶାହ କାମରେ ଯୋଗ ଦେବାପାଇଁ ଏକ ବାଇକ ଓଡି ୨୨ୱାଇ ୦୪୫୧ ଯୋଗେ ସୋର ଯାଉଥିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ର ରାଣୀତାଲ ହାଇଟେକ କଲେଜ ପାଖରେ ପଛରୁ ଏକ ଟ୍ରକ ଧକ୍କା ଦେଇ ପଳାଇ ଯାଇଥିଲା। ବର୍ଷା ହେଉଥିବା ଯୋଗୁ ସେଠି କେହି ନ ଥିବାର ସୁଯୋଗ ପାଇଁ ଟ୍ରକଟି ପଳାଇ ଯାଇଥିବା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତକମାନଙ୍କୁ ପଞ୍ଚନାମା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe