ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ; ୩ ସଂକଟାପନ୍ନ, ୩୩ ଗୁରୁତର

Advertisment
ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁ ଯାଉଥିବା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ; ୩ ସଂକଟାପନ୍ନ, ୩୩ ଗୁରୁତର

ରାୟଗଡ଼ା: ଓଡ଼ିଶାରୁ ଶ୍ରମିକ ନେଇ ତାମିଲନାଡ଼ୁ ଅଭିମୁଖେ ଯାଉଥିବା ବସର ଏକ ଟ୍ରକ ସହ ଧକ୍କା ହୋଇଛି। ଦୁର୍ଘଟଣାରେ ୩୩ ଦାଦନ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରର ପାଇଡିଭୀମାବରମ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଶ୍ରୀକାକୁଲମ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଦାଦନ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା, କାଶୀପୁର, ରାମନଗୁଡା ଅଞ୍ଚଳରୁ ୪୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କୁ ନେଇ ଏକ ବସ ତାମିଲନାଡୁ ଅଭିମୁଖେ ବାହାରିଲା। ସକାଳ ୬ ଟାରେ ବସଟି ପାଇଡିଭୀମାବରମ ଜାତୀୟ ରାଜପଥରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟିଥିଲା।

publive-image

ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ବସରେ ଥିବା ୩୩ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଶ୍ରୀକାକୁଲମ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଶ୍ରୀକାକୁଲମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe