ଯାତ୍ରା ପଡ଼ିଆରେ ଶୋଇଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

Advertisment
ଯାତ୍ରା ପଡ଼ିଆରେ ଶୋଇଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

କାମାକ୍ଷାନଗର: ଶୋଇଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଟଢିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ୪ଜଣ। ପର୍ଜଙ୍ଗ ମେଡିକାଲରେ ମାଆର ମୃତ୍ୟୁ ହୋଇଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅର ପ୍ରାଣହାନି ଘଟିଛି। ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡ଼ିଆରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘଟିଛି ଏହି ଅଘଟଣ। ମୃତକ ହେଲେ ମାଆ ରୁନୁ ପଧା ଓ ପୁଅ ଲିପୁ ପଧାନ।
ସୂଚନା ମୁତାବକ ସବୁଦିନପରି ଗତକାଲି ମଧ୍ୟ ଯାତ୍ରାପଡ଼ିଆରେ ବିଳମ୍ବିତ ରାତିରେ ରୁନୁ ପଧାନ ତାଙ୍କର ମାଆ ଚିତ୍ର ପଧାନ, ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୁରରେ ସ୍ବାମୀ ତ୍ରିନାଥ ପଧାନ ଶୋଇଥିଲେ। ଶୋଇଥିବା ବେଳେ ଟ୍ରକଟି ମାଆ ଓ ପୁଅଙ୍କ ଉପରେ ଚଢ଼ିଯାଇଥିଲା। ଚିକିତ୍ସା ପାଇଁ ଉଭୟଙ୍କୁ କାମାକ୍ଷାନଗର ଓ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଣେ ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ଏମାନେ ସମସ୍ତଙ୍କ ଘର ବେଲବସନ୍ତ ଗ୍ରାମରେ ହୋଇଥିବା ବେଳେ ସେମାନେ ମୂଲ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ଘରଘର ବୁଲି ମାଗିକରି ଚଳିଥାନ୍ତ ଏବଂ ରାତିରେ ଆସି ଏହି ଯାତ୍ରାପଡ଼ିଆରେ ଶୋଇଥାଆନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe