ଟ୍ରକ ଓଲଟିଲା, ୧୪ ଗୋରୁ ମୃତ

ଟ୍ରକ ଓଲଟିଲା, ୧୪ ଗୋରୁ ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଗ୍ରାମ ନିକଟରେ ଆଜି ଭୋର ସମୟରେ ଏକ ୬ ଚକିଆ ଟ୍ରକ ଓଲଟି ପଡ଼ିବାରୁ ୧୪ଟି ଗାଈ ଘଟଣାସ୍ଥଳରେ ହିଁ ମରିଯାଇଛନ୍ତି। ଗୋଟିଏ ଗାଈ ବଞ୍ଚିଯାଇଛି, ପ୍ରାଣୀ ଚିକିତ୍ସକ ତାହାର ଚିକିତ୍ସା କରିଥିବା ଜଣାପଡ଼ିଛି।

ଆଜି ଭୋରରେ ଭଦ୍ରକ ଆଡୁ ପାଣିକୋଇଲି ପଟକୁ ଆସୁଥିବା ଏକ ଟ୍ରକ (ଓଆର ୦୧ଡି ୬୨୬୧) ବ୍ରଜନଗର ଗଳିପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲରେ ଓଲଟି ପଡ଼ିଥିଲା। ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲା। ଟ୍ରକରେ ଚାଲାଣ ହେଉଥିବା ୧୫ଟି ଗାଈ ମଧ୍ୟରୁ ଗୋଟିଏକୁ ଛାଡ଼ି ଅନ୍ୟ ସବୁଗୁଡ଼ିକର ମୃତ୍ୟୁ ହୋଇଥିଲା। ଗାଈଗୁଡ଼ିକର ଗୋଡ଼ ଓ ମୁହଁକୁ ଦଉଡ଼ିରେ ବନ୍ଧା ଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପାଣିକୋଇଲି ପୁଲିସ ପହଞ୍ଚି ଟ୍ରକଟିକୁ ଉଠାଇ ଜବତ କରିବା ସହ ମୃତ ଗାଈଗୁଡ଼ିକୁ ନେଇ ନିକଟସ୍ଥ ବୈତରଣୀ ନଦୀପଠାରେ ଗାତ ଖୋଳି ପୋତାଯାଇଥିଲା। ଟ୍ରକର ମାଲିକ ଫିରୋଜ ଖାଁ ବୋଲି ଜଣାପଡ଼ିଛି। ପୁଲିସ ନଂ.୧୭୭/୨୨ରେ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe