ଘର ଉପରକୁ ଚଢ଼ିଗଲା ଟ୍ରକ୍; ଡ୍ରାଇଭର୍, ହେଲପର୍ ଗୁରୁତର

Advertisment

ବର୍ତ୍ତିଲେ ପରିବାର ସଦସ୍ୟ

ବର୍ତ୍ତିଲେ ପରିବାର ସଦସ୍ୟ

ଘର ଉପରକୁ ଚଢ଼ିଗଲା ଟ୍ରକ୍; ଡ୍ରାଇଭର୍, ହେଲପର୍ ଗୁରୁତର

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ସଦର ଥାନା ଅଧୀନ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା ଲାଞ୍ଜିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ପରିବାରବର୍ଗ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି।

ସୂଚନାନୁସାରେ, ବିଳମ୍ବିତ ରାତି ପ୍ରାୟ ୩ଟାରେ ବ୍ରହ୍ମପୁରରୁ ଦ୍ରୁତ ଗତିରେ ଏକ ଟ୍ରକ୍ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ଟ୍ରକ୍ ରାସ୍ତାପାର୍ଶ୍ୱରେ ଥିବା ଏକ ଘରର ବାରଣ୍ଡା ଉପରକୁ ଉଠିଯାଇଥିବା ବେଳେ ଅନ୍ୟ ଏକ ଟ୍ରକଟି ଗୋପାଳ ସମାଜ କୋଠଘର ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା। ତେବ‌େ ଘରେ କେହି ନଥିବାରୁ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା। ତେବେ ଉଭୟ ଟ୍ରକ୍‌ର ହେଲପର୍ ଓ ଡ୍ରାଇଭର୍ ଗୁରୁତର ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ହେଲପର୍‌ଙ୍କ ଗୋଡ଼ କଟିଯାଇଥିବା ସୂଚନା ମିଳିଛି। ଏହାସହ ଏକ ଡାଲା ଅଟୋ ମଧ୍ୟ ଟ୍ରକ୍ ଧକ୍କାରେ ଭାଙ୍ଗିଯାଇଛି।

ଦ୍ରୁତ ଗତିରେ ଯାନବାହନ ଚଳାଚଳ ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ ଆଣି ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଗାଡ଼ି ଅଟକି ରହିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଏହାସହ ଉଭୟ ଟ୍ରକ୍‌କୁ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe