Truck overturns: 30 tons of rice falls into the water Photograph: (sambad.in)
ରାଉରକେଲା: ବଣାଇ ଥାନାର ବରାମୂଷା ନିକଟରେ ଥିବା ସରକାରୀ ଚାଉଳ ଗୋଦାମକୁ ଗମଲେଇ ନିକଟରେ ଥିବା ଏକ ରାଇସ ମିଲ୍ରୁ ପ୍ରାୟ ୩୦ ଟନ୍ ଚାଉଳ ଧରି ଏକ ଟ୍ରକ ଆସୁଥିବା ବେଳେ ପାଣ୍ଡିରୀଶିଳା ନିକଟରେ ଏକ ବ୍ରିଜ୍ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।
ଫଳରେ ସବୁ ଚାଉଳ ବସ୍ତା ପାଣିରେ ପଡି ଯାଇଥିଲା। ପରେ ଚାଉଳ ବସ୍ତାକୁ ପାଣିରୁ ବାହାର କରି ଅନ୍ୟ ଏକ ଟ୍ରକ୍ ମାଧ୍ୟମରେ ସ୍ଥାନାନ୍ତରିତ କରା ଯାଇଥିଲା।
ଏହି ସ୍ଥାନରେ ଏକ ନୂତନ ବ୍ରିଜ୍ ହେଉଥିବା ବେଳେ ଆପ୍ରୋଚ୍ ରୋଡ୍ ଦେଇ ଗାଡ଼ି ଯାଉଥିବା ବେଳେ ରାସ୍ତା ଦବି ଯାଇ ଟ୍ରକ ଓଲଟି ପଡିଥିଲା।
sundargarh | Accident
Follow Us