୯ରୁ ଟ୍ରକ୍‌ ମାଲିକ ସଂଘର ଦୁଇଦିନିଆ ଧର୍ମଘଟ

Advertisment
୯ରୁ ଟ୍ରକ୍‌ ମାଲିକ ସଂଘର ଦୁଇଦିନିଆ ଧର୍ମଘଟ

Photo by : udayavani.com

ବ୍ରହ୍ମପୁର : ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଆହ୍ଵାନ କ୍ରମେ ଆସନ୍ତା ୯ ଓ ୧୦ତାରିଖ ଦୁଇଦିନ ଧରି ଟ୍ରକ ମାଲିକ ସଂଘ ତରଫରୁ ଧର୍ମଘଟ କରାଯିବ ବୋଲି ବରିଷ୍ଠ ପରିବହନ ନେତା ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଏକ ବିବୃତ୍ତିରେ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ଜିଏସ୍‌ଟିରେ ବ୍ୟାପକ ଅନିୟମିତା, ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ପୁଲିସ, ପରିବହନ ବିଭାଗ କର୍ମଚାରୀଙ୍କ ଅନ୍ୟାୟ ଓ ଶୋଷଣର ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଟ୍ରକ୍‌ ମାଲିକ ସଂଘ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe