ଦଂପତିଙ୍କ ଉପରେ ମାଡ଼ିଗଲା ହାଇୱା; ଘଟଣାସ୍ଥଳରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଦଂପତିଙ୍କ ଉପରେ ମାଡ଼ିଗଲା ହାଇୱା; ଘଟଣାସ୍ଥଳରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସେମିଳିଗୁଡା: ଦଂପତିଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଜନତା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ନିକଟସ୍ଥ ପାକଝୋଲା ଛକ ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଶ୍ମୀ ଖୀଲ (୨୪)।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଥାନା ଅନ୍ତର୍ଗତ କୁନ୍ଦୁଲି ଗାଁର ଦଂପତି ସଂଜୟ ସାଆନ୍ତା (୨୫) ଓ ପତ୍ନୀ ରଶ୍ମୀ ଖୀଲ ସେମିଲିଗୁଡ଼ାରୁ ନିଜ ଘର କୁନ୍ଦୁଲି ଅଭିମୁଖେ ଯାଉଥିଲେ। ଅପରାହ୍ନ ପ୍ରାୟ ୧ଟା ୪୫ରେ ହାଇୱାକୁ ଓଭରଟେକ କରି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ହାଇୱାର ଡ୍ରାଇଭର ଡାହାଣ ପାର୍ଶ୍ବକୁ ମୋଡି ଦେବାରୁ ବାଇକ ଆରୋହୀ ଦଂପତିଙ୍କୁ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ରଶ୍ମୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ନେଇଥିଲେ।

publive-image

ଦୁର୍ଘଟଣା ସଂପର୍କିତ ସୂଚନା ସେମିଳିଗୁଡ଼ା ପୁଲିସ ପହଞ୍ଚିଥିଲା। ପୁଲିସ ପହଞ୍ଚିଲା ବେ‌ଳକୁ ସ୍ଥାନୀୟ ଲୋକ ଏବଂ ପରିବାର ଲୋକେ ଉପଯୁକ୍ତ କ୍ଷତିପୂରଣ ଓ ହାଇୱା ଚାଳକକୁ ଗିରଫ ଦାବିରେ ରାସ୍ତାରୋକ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଉ‌ତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଅପରପକ୍ଷେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe