ଝାରସୁଗୁଡ଼ା: ବେଲପାହାଡ଼ ନାଗରିକ କମିଟିର ବାରମ୍ବାର ଦାବିକୁ ଦୃଷ୍ଟିରେ ରଖି ବେଲପାହାଡ଼-ଗୁମାଡ଼େରା ମୁଖ୍ୟରାସ୍ତାରେ ଭାରି ଯାନ ଚଳାଚଳକୁ ନେଇ ଗତ ୧୩ ତାରିଖ ପତ୍ର ସଂଖ୍ୟା ୩୦୫୪ରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଥିଲା। ଏଥିରେ କୋଇଲା ଟ୍ରକ୍ ଚଳାଚଳକୁ ରୋକ୍ ଲଗାଇବା ସହ କୋଇଲା ଖଣିକୁ ପରିବହନ ସକାଶେ ବ୍ୟବହୃତ ଟ୍ରକ୍ଗୁଡ଼ିକ ଏଣିିକି ଖାଲି ଟ୍ରକ୍ କିମ୍ବା କୋଇଲା ବୋଝେଇ ଟ୍ରକ୍ ଏନଏଚ ୪୯ ଦେଇ ପୁଞ୍ଜିପଥର ହୋଇ ଖଣି ଅଂଚଳକୁ ଯିବା ଆସିବା କରିବ ବୋଲି ନିର୍ଦେଶ ଥିଲା। ପୁଣି ଶ୍ରୀରାନୀସତୀ କୋଲ କ୍ୟାରିୟର ବେଲପାହାଡ଼ ଟ୍ରାନ୍ସପୋର୍ଟରଙ୍କ ଜରିଆରେ କୋଇଲା ବୋଝେଇ ଟ୍ରକ୍ ବେଲପାହାଡ଼-ଗୁମାଡ଼େରା ରାସ୍ତାରେ ମଧ୍ୟରାତ୍ରରେ ଯିବା ଆସିବା କରୁଥିବା କୌଣସି ସୂତ୍ରରୁ ଖବର ପାଇ ମା’ ସମଲେଇ ଟ୍ରକ୍ ମାଲିକ ସଂଘ କର୍ମକର୍ତା ରାତିଅଧିଆ ୨୦-୧୫ଟି ଟ୍ରକ୍କୁ ଅଟକାଇଥିଲେ। ଖବର ପାଇ ବେଲପାହାଡ଼ ପୁଲିସ୍ ପହଞ୍ଚି ଗାଡ଼ି ଛାଡ଼ିବାକୁ କହିବାରୁ ସେଠାରେ କଥା କଟାକଟି ହୋଇଥିଲା।
ଟ୍ରକ୍ ମାଲିକ ସଂଘ ସଂପାଦକ ସନ୍ତୋଷ ମହାନ୍ତିଙ୍କ ପ୍ରଶ୍ନ ହେଲା ଯେ ଆମ କୋଇଲା ଟ୍ରକ୍କୁ ବନ୍ଦ କରାଯାଇ ଗ୍ଲୋବାଲ କୋଲ ଓ୍ଵାସେରିର କୋଇଲା ଟ୍ରକ୍ ଟ୍ରାନ୍ସପୋର୍ଟର ଜରିଆରେ ବେଲପାହାଡ଼-ଗୁମାଡେରା ରାସ୍ତାରେ ଚାଲିବାକୁ କେମିତି ଅନୁମତି ଦିଆଗଲା? ଘଟଣାସ୍ଥଳରେ ବେଲପାହାଡ଼ ଥାନାଧିକାରୀ ସୁରେଶଚନ୍ଦ୍ର ସାହୁ ପହଞ୍ଚି ଟ୍ରକ୍ ମାଲିକ ସଂଘ କର୍ମକର୍ତାଙ୍କୁ ବୁଝାସୁଝା କରିବା ପରେ ଗାଡ଼ିଗୁଡ଼ିକ ଛଡ଼ା ଯାଇଥିଲା। ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ଟ୍ରକ୍ ଚଳାଚଳରେ ରୋକ ଲଗାଯାଇ ରାସ୍ତା ପରିବର୍ତ୍ତନ କରାଯାଇଛି। ଗ୍ଲୋବାଲ ଓ୍ଵାସେରି କିମ୍ବା ଟିଆରଏଲ କ୍ରୋସାକିର ଭାରି ଯାନ ଚଳାଚଳ ସକାଶେ ଜିଲ୍ଲା ପ୍ରଶାସନ ରୋକ ଲଗାଇବା ପାଇଁ ଆମକୁ କୌଣସି ନିର୍ଦେଶନାମା ଦେଇନାହାନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us