ବନ୍ଦ ଖଣିରୁ ମାଙ୍ଗାନିଜ ଚୋରି, ଟ୍ରକ୍‌ ଜବତ ଓ ହେଲପର ଅଟକ

ବନ୍ଦ ଖଣିରୁ ମାଙ୍ଗାନିଜ ଚୋରି, ଟ୍ରକ୍‌ ଜବତ ଓ ହେଲପର ଅଟକ

IndiaMART Business Directory

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ଅନେକ ଖଣି ପରିବେଶ ମଞ୍ଜୁରି ନମିଳିବା କାରଣରୁ ବନ୍ଦ ରହିଛି। ଆଉ ଏହି ବନ୍ଦ ଖଣି ଏବେ ଖଣି ମାଫିଆଙ୍କ ଆୟର ବଡ଼ ଉତ୍ସ ପାଲଟିଛି। କରୋନା ପାଇଁ ଲକ୍‌ଡାଉନ୍‌ ସୁଯୋଗରେ ବିଭିନ୍ନ ବନ୍ଦ ଖଣିରୁ ବ୍ୟାପକ ପରିମାଣର ଖଣିଜ ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ଯୋଡ଼ା ଥାନା ଅନ୍ତର୍ଗତ ଇଙ୍ଗାଣୀଝରଣ ଠାରେ ବନ୍ଦଥିବା ଖଣିରୁ ମାଙ୍ଗାନିଜ ଚୋରିବେଳେ ପୁଲିସ ଚଢ଼ଉ କରି ଏକ ୧୨ଚକିଆ ଟ୍ରକକୁ ଜବତ କରିଛି। ଏହି ଘଟଣାରେ ଟ୍ରକ ହେଲପରକୁ ଅଟକ ରଖାଯାଇଛି।

ଗତରାତି ପ୍ରାୟ ୨ଟା ସମୟରେ ଇଙ୍ଗାଣୀଝରଣସ୍ଥିତ ବନ୍ଦ ଥିବା ମାଙ୍ଗାନିଜ ଖଣିରୁ ଟ୍ରକ ନମ୍ବର ଓଆର୧୬ଡି–୮୪୪୭ରେ ମାଙ୍ଗାନିଜ ବୋଝେଇ କରଯାଉଥିଲା। କୌଣସି ସୂତ୍ରରୁ ଖବରପାଇ ଯୋଡ଼ା ପୁଲିସ ଏଠାରେ ଚଢ଼ଉ କରି ଟ୍ରକ୍‌କୁ ଜବତ କରିଥିଲା। ଟ୍ରକ୍‌ର ହେଲପର ପୁଲିସ ହାତରେ ଧରାପଡ଼ିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। ଏହି ଖଣିଜ ଚୋରି ଘଟଣାରେ ବଡ଼ବିଲ ଅଞ୍ଚଳର ଏକ ଗ୍ୟାଙ୍ଗ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମାଙ୍ଗାନିଜ ଚୋରି ଘଟଣାରେ ଯୋଡ଼ା ଥାନାରେ କେସନମ୍ବର ୧୧୮/୨୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ତଦନ୍ତ କରାଯାଉଥିବା ଯୋଡାଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି।

ଏ ସଂପର୍କରେ ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶକ ସଲିଳ କୁମାର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ଯୋଡ଼ା ଅଞ୍ଚଳରେ ୭୦ଟି ଖଣିକୁ ମଞ୍ଜୁରି ନମିଳିବାରୁ ବନ୍ଦ ରହିଛି। ଏହି ଖଣିଗୁଡ଼ିକ ପୂର୍ବ ଲିଜଧାରୀଙ୍କ ଅଧୀନରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe