୮ କ୍ୱିଣ୍ଟାଲ ୪୯ କେଜି ଗଞ୍ଜେଇ ସହ ଟ୍ରକ୍‌ ଜବତ, ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

Advertisment
ଅଢ଼େଇ କୋଟିର ଗଞ୍ଜେଇ ଜବତ

Deccan Chronicle

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୁଲିସ ଚଢ଼ାଉ କରି ଗଞ୍ଜେଇ ସହ ଏକ ଟ୍ରକକୁ ଜବତ କରିଛି। ସୂଚନା ଅନୁସାରେ, ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏହାର ପିଛାକରି କଣ୍ଟାମାଳ ସିନ୍ଧିଗୋରା ୪୧ ନମ୍ବର ରାଜ୍ୟ ରାଜପଥର ଶ୍ରୀମାଳ ଛକରେ ତାକୁ ଧରିଥିଲା ଘଣ୍ଟାପଡ଼ା ପୁଲିସ। ଜବତ ୧୨ଚକିଆ ଟ୍ରକ୍‌ଟିର ନମ୍ବର ହେଉଛି (ସିଜି-୦୪ଜେସି-୮୧୫୧)।

ଟ୍ରକ୍‌ରୁ ଜବତ ଗଞ୍ଜେଇ ଘଣ୍ଟାପଡ଼ା ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କଲା ପରେ ତାହା ୮ କ୍ୱିଣ୍ଟାଲ ୪୯କେଜି ହୋଇଥିବା ଜଣାପଡ଼ିଛି। ଚାଲାଣରେ ବ୍ୟବହୃତ ଟ୍ରକ୍‌କୁ ଜବତ କରିବା ସହିତ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ବିହାର ରାଜ୍ୟର ଚନ୍ଦନ କୁମାର (୨୧) ଓ ରାକେଶ କୁମାର (୨୧) ବୋଲି ପୁଲିସ କହିଛି। ଏ ସମ୍ପର୍କରେ ଘଣ୍ଟାପଡ଼ା ଥାନାରେ ୨୮/୨୦୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନ ଓ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନାଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe