ସପ୍ତାହେ ହେଲା ଟ୍ରକ୍‌ ଧର୍ମଘଟ : ଉଠିପାରୁନି ୪ଟି ଜିଲ୍ଲାର ଗହମ କୋଟା

Advertisment
ସପ୍ତାହେ ହେଲା ଟ୍ରକ୍‌ ଧର୍ମଘଟ : ଉଠିପାରୁନି ୪ଟି ଜିଲ୍ଲାର ଗହମ କୋଟା

କଟକ : ଦେଶବ୍ୟାପୀ ଟ୍ରକ ଧର୍ମଘଟକୁ ସପ୍ତାହେ ବିତିଲା। ରାଜ୍ୟ ତଥା ରାଜ୍ୟ ବାହାରୁ କୌଣସି ଗାଡି ଆସୁୁ ନ ଥିବାବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ଖାଉଟୀଙ୍କ ଉପରେ। ଗୋଟିଏ ପଟେ ଟ୍ରକ ଧର୍ମଘଟ ଯୋଗୁଁ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଘଟୁଥିବା ବେଳେ ଅନ୍ୟପଟେ ରାସନ୍‌ ସାମଗ୍ରୀ ପାଇଁ ଏଫ୍‌ସିଆଇରୁ ଉଠିପାରୁନି ୪ଟି ଜିଲ୍ଲାର ଗହମ କୋଟା। ବିଭିନ୍ନ ଗୋଦାମରେ ମଧ୍ୟ ଚାଉଳ ଯୋଗାଣ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହେଉଥିବା ଜଣାପଡିଛି।

ସୂଚନା ଅନୁସାରେ, ହିତାଧିକାରୀଙ୍କ ରାସନ ପାଇଁ ଜୁଲାଇ ୩୦ ତାରିଖ ସୁଦ୍ଧା କଟକ ଏଫ୍‌ସିଆଇ ଗୋଦାମରୁ କଟକ, ଯାଜପୁର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଗହମ କୋଟା ଉଠିବା କଥା। କିନ୍ତୁ ଟ୍ରକ୍‌ ଧର୍ମଘଟ ଯୋଗୁଁ କଟକର ନୂଆବଜାର, ଜଗତ୍‌ପୁର ଓ ଚୌଦ୍ୱାର ଏଫ୍‌ସିଆଇ ଗୋଦାମରୁ ଉଠିପାରୁନି ଗହମ। କଟକ ଜିଲ୍ଲା ପାଇଁ ୫୬ହଜାର କ୍ୱିଣ୍ଟାଲ ଗହମର ଆବଶ୍ୟକତା ଥିବାବେଳେ ୪ଟି ଜିଲ୍ଲା ପାଇଁ ପାଖାପାଖି ୧ଲକ୍ଷରୁ ଅଧିକ କ୍ୱିଣ୍ଟାଲ ଗହମ ଯୋଗାଣ କୋଟା ରହିଛି। ଏହାକୁ ନେଇ ଏବେ ଯୋଗାଣ ବିଭାଗ ଚିନ୍ତାରେ ପଡିଥିବାବେଳେ ବିଭିନ୍ନ ଗୋଦାମ ତଥା ରାଇସ୍‌ ରିସିଭିଂ ସେଣ୍ଟରକୁ ଚାଉଳ ଯୋଗାଣ ପ୍ରଭାବିତ ହେଉଥିବା ଜଣାପଡିଛି। ତେବେ କିପରି ଏହି ଗହମ ପ୍ରତି ଜିଲ୍ଲାରେ ପହଞ୍ଚିବ, ସେନେଇ ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଛି। ଟ୍ରକ୍‌ ଧର୍ମଘଟ ଅଧିକ ଦିନ ଜାରି ରହିଲେ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହୁଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe