ଯାଞ୍ଚ ବେଳେ ଆର୍‌ଟିଓ ଗାଡ଼ିକୁ ପିଟିଲା ଟ୍ରକ୍‌, ଚାଳକ ମୃତ

Advertisment
ଯାଞ୍ଚ ବେଳେ ଆର୍‌ଟିଓ ଗାଡ଼ିକୁ ପିଟିଲା ଟ୍ରକ୍‌, ଚାଳକ ମୃତ

ବରଗଡ଼ : ବୁଧବାର ଅପରାହ୍‌ଣରେ ଘୁଲିପାଲି-ପ୍ରଧାନପାଲି ରାଜପଥରେ ଆର୍‌ଟିଓ ପକ୍ଷରୁ ଗାଡ଼ି ଯାଂଚ ଅଭିଯାନ ଚାଲୁଥିଲା। ଏତିକି ବେଳେ ସମ୍ବଲପୁର ପଟୁ ଆସୁଥିବା ଏକ ଟ୍ରକ (ଡବ୍ଲୁବି୧୧ ଏଫ୍‌ ୦୧୧୧) ଆର୍‌ଟିଓ ବିଭାଗର ଗାଡ଼ିକୁ ଜୋର୍‌ଦାର୍‌ ଧକ୍କା ଦେଇଥିଲା। ଏଥିରେ ଉକ୍ତ ଗାଡ଼ିର ଚାଳକ ଶ୍ରବଣ ଜମିଦାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀ ପ୍ରଦୀପ ଯୋଷୀଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି।

ଉକ୍ତ ବଲେରୋରେ ଅତିରିକ୍ତ ଜିଲ୍ଲା ପରିବହନ ଅଧିକାରୀ ସୁଷମା ସାହୁଙ୍କ ସମେତ କନେଷ୍ଟବଳ ମୋତିଲଲ ମେହେର, ପ୍ରେମଚାନ୍ଦ ମିର୍ଦ୍ଧା, ସିକ୍ୟୁରିଟି ଗାର୍ଡ ପ୍ରଦୀପ ଯୋଷୀ ପ୍ରମୁଖ ଥିଲେ। ତେବେ ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି। ମୃତ ବଲେରୋ ଡ୍ରାଇଭରଙ୍କ ଦୁଇଟି ଝିଅ ଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେଉଁଠାରେ ଦୁର୍ଘଟଣା ଘଟିଛି ସେହି ସ୍ଥାନରେ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲ୍‌ଡକନ ବେଆଇନ ଭାବେ ରାସ୍ତାଟିକୁ ଜଣେ ବିଲଡରଙ୍କୁ ଅନୁଗ୍ରହ ପ୍ରକାଶ କରି ରାସ୍ତାଟିକୁ ତ୍ରୁଟିପୂର୍ଣ୍ଣ ଭାବେ ତଳିଆ କରିଦେଇଛନ୍ତି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସତ୍ତ୍ୱେ ଅଶୋକ ବିଲ୍ଡକନ ଏହାର କୌଣସି ପ୍ରତିକାର କରୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe