ଟ୍ରକ ଓ ଟାଟାଏସି ମୁହାଁମୁହିଁ ଧକ୍କା ଯୁବକ ମୃତ୍ୟୁ

Advertisment

ବାପା ମୃତ୍ୟୁର ୧୫ ଦିନପରେ ପୁଅ ମୃତ୍ୟୁ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାପା ମୃତ୍ୟୁର ୧୫ ଦିନପରେ ପୁଅ ମୃତ୍ୟୁ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ରୋଲରକୁ ଧକ୍କା ଦେଲା ସ୍କର୍ପିଓ; ଜଣେ, ମୃତ ୫ ଗୁରୁତ

ହରଭଙ୍ଗା: ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରଭଙ୍ଗା ବ୍ଲକ୍‌ ଆଡେଣିଗଡ଼ ଗାଁରେ। ସୂଚନା ଅନୁସାରେ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁର ଛକ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଶନିବାର ସକାଳୁ ବୌଦ୍ଧ ପଟୁ ଏକ ଟ୍ରକ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟାଟାଏସି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟାଟାଏସି ଚାଳକ ଗୋଲେଖ ବେହେରା (୪୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତି ପୂରଣଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା କ୍ଷତିପୂରଣ ଦେବାପରେ ରାସ୍ତାରୋକ ହଟିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe