ଟ୍ରକ୍ ଚୋରି, ୨ ଗିରଫ    

ଟ୍ରକ୍ ଚୋରି, ୨ ଗିରଫ    

ସମ୍ବଲପୁର: ଅଇଁଠାପାଲି ଥାନା ବରେଇପାଲିର ରାଜାରାମ ସାହଣୀଙ୍କ ଟ୍ରକ୍‌(ଓଆର୍‌ ୧୫ କ୍ୟୁ ୬୪୮୫)କୁ କେହି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଚୋରି କରି ନେଇଥିଲେ। ଏହା ଜାଣିବା ପରେ ଶୁକ୍ରବାର ରାଜାରାମ ଟ୍ରକ୍‌ ଚୋରି ହୋଇଥିବା ନେଇ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ୨ ଅଭିଯୁକ୍ତ ବରଗଡ଼ ଅତାବିରାର ସମ୍‌ସାଦ୍‌ ଖାନ(୨୪) ଓ ବରଗଡ଼ ଟାଉନ୍‌ ଥାନା ମଙ୍ଗଲାପଡ଼ାର ରାଜୀବ ସୁନା(୨୭)କୁ ଗିରଫ କରିଛି। ଚୋରି ଟ୍ରକ୍‌ ମଧ୍ୟ ପୁଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe