ନାର୍କୋଟିକ୍ସ ବ୍ୟୁରୋ ଗାଡ଼ିକୁ ଧକ୍କା ଦେଇ ଫେରାର୍‌ ଉଦ୍ୟମ; ୨୮୦ କେଜି ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

Advertisment
ନାର୍କୋଟିକ୍ସ ବ୍ୟୁରୋ ଗାଡ଼ିକୁ ଧକ୍କା ଦେଇ ଫେରାର୍‌ ଉଦ୍ୟମ; ୨୮୦ କେଜି ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥରେ ଶନିବାର ସକାଳେ ଭୁବନେଶ୍ୱରସ୍ଥିତ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଏକ ଟିମ୍‌ ଚଢ଼ଉ ବେଳେ କେମିକାଲ ବୋଝେଇ ଟ୍ରକ୍‌ରୁ ୨୮୦ କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ୍‌ ଚାଳକକୁ ଗିରଫ କରାଯାଇଛି। ଉକ୍ତ ଟ୍ରକ୍‌ ମଧ୍ୟରେ ଥିବା ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱରସ୍ଥିତ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଉକ୍ତ ଟ୍ରକ୍‌କୁ କଟକରୁ ପିଛା କରିଥିଲା। ତେବେ ଟ୍ରକ୍‌ଟି ଅନୁଗୁଳର ଏକ ସ୍ଥାନରୁ ଗଞ୍ଜେଇ ବୋଝେଇ କରି ରାଜସ୍ଥାନ ଅଭିମୁଖେ ବାହାରିବା ପରେ ଏନ୍‌ସିବିର ସ୍ୱତନ୍ତ୍ର ଦଳ ଉକ୍ତ ଟ୍ରକ୍‌ର ପିଛା କରିଥିଲେ। ଟ୍ରକ୍‌କୁ ପୁଲିସ ପିଛା କରୁଥିବା ଜାଣିପାରି ଚାଳକ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଏନ୍‌ସିବି ଟିମ୍‌ ବାରକୋଟ ଥାନା ଅନ୍ତର୍ଗତ କଲାଗ୍ରାମ ନିକଟରେ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା। ସେହି ସମୟରେ ଟ୍ରକଟି ଏନ୍‌ସିବି ଟିମ୍‌ ଥିବା ବୋଲେରୋକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନଥିଲା।

ପରେ ଗାଡ଼ିକୁ ଅଟକାଇ ଏନ୍‌ସିବି ଅଧିକାରୀମାନେ ଯାଞ୍ଚ କରିବା ସମୟରେ ସେଥିରୁ ୨୮୦ କେଜି ଗଞ୍ଜେଇ ପ୍ୟାକେଟ୍‌ ଜବତ କରିଥିଲେ। ଉକ୍ତ ଟିମ୍ ଟ୍ରକକୁ ଜବତ କରି ବାରକୋଟ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଘଟଣା ସମ୍ପର୍କରେ ଏନ୍‌ସିବି ଅଧିକାରୀମାନେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe