ଚୋରା ଚାଲାଣ ସମୟରେ ଟ୍ରକ ଭର୍ତ୍ତି କାଠ ଜବତ: ଜଣେ କୋର୍ଟ ଚାଲାଣ

ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଦରଗୁଲା ବିଟ୍‌ରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଟ୍ରକ୍ ଭର୍ତ୍ତି ଚୋରା କାଠ ଚାଲାଣ ହେଉଥିଲା। ଖବର ପାଇ ବନ କର୍ମଚାରୀଙ୍କ ସହ ଦରଗୁଲା ବିଟ ନିକଟ ଛେଳିବେଡା ଗ୍ରାମ ନିକଟରେ ଚୋରା କାଠ ଚାଲାଣ କରୁଥିବା ଟ୍ରକ୍‌କୁ ଜବତ କରିଥିଲେ....

Truckload of timber seized during smuggling: One court case

Truckload of timber seized during smuggling: One court case

ଡାବୁଗାଁ:  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଛେଳିବେଡା ଗ୍ରାମର ମୁଖ୍ୟ ରାସ୍ତାରେ  ଚୋରା ଚାଲାଣ ହେଉଥିବା ବେଳେ ଡାବୁଗାଁ ବନ ବିଭାଗ ତରଫରୁ ଏକ ଟ୍ରକ ଭର୍ତ୍ତି କାଠ ଜବତ କରାଯାଇ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ତେଲେଙ୍ଗାନା ରାଜ୍ୟ ଖାମାସ ଜିଲ୍ଲା ତିଲକ ନଗରର ଚାଲ୍ଲା ତିରୁପତି ରାଓ (୨୭) ବୋଲି ଜଣା ପଡିଛି।

ସୂଚନା ଅନୁଯାଇ ରବିବାର ରାତ୍ର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଦରଗୁଲା ବିଟ୍‌ରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ରାତ୍ର ୧୦ଟା ସମୟରେ ଏକ ଟ୍ରକ୍ ନମ୍ବର( ଟିଏସ ୨୮ ଟି ୬୧୨୯)ଯୋଗେ  ଟ୍ରକ୍ ଭର୍ତ୍ତି ଚୋରା କାଠ ଚାଲାଣ ହେଉଥିଲା।ତେବେ କୌଣସି ସୂତ୍ରରୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତରା ଖବର ପାଇ ବନ କର୍ମଚାରୀଙ୍କ ସହ ଦରଗୁଲା ବିଟ ନିକଟ ଛେଳିବେଡା ଗ୍ରାମ ନିକଟରେ  ଚୋରା କାଠ ଚାଲାଣ କରୁଥିବା ଟ୍ରକ୍‌କୁ ଜବତ କରିଥିଲେ ।

ଟ୍ରକ୍ ମଧ୍ୟରୁ ବର, ଅଶ୍ୱତଥ, ଡିମିରି ଓ ନୀଳଗିରି ଜାଳେଣି କାଠ ଜବତ କରାଯାଇଥିଲା। ସମୁଦାୟ କାଠର ଓଜନ ୭ ହଜାର ୨୦୦ କେଜି ଥିବା ବେଳେ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର ଚାଲ୍ଲା ତିରୁପତି ରାଓଙ୍କ ବିରୁଦ୍ଧରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଗିରଫ କରାଯିବା ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe