ଜନ୍ମମାଟିରୁ ହିଁ ଅସଲ ଜ୍ଞାନ ମିଳେ: ଜଷ୍ଟିସ୍‌ ସଞ୍ଜୟ ମିଶ୍ର

ମଣିଷକୁ ଶିଖିବା ପାଇଁ ବିଭିନ୍ନ ସ୍ତରରେ, ବିଭିନ୍ନ ଉପାୟରେ ଉପାଦାନ ମିଳିଥାଏ। ଯାହାକୁ ପାଥେୟ କରି ଜଣେ ବ୍ୟକ୍ତି ସାମାଜିକ ସ୍ରୋତରେ ଆଗକୁ ବଢ଼ିଥାଏ। ହେଲେ ଜନ୍ମମାଟି ହିଁ ଅସଲ ଜ୍ଞାନ ଦେଇଥାଏ।

ffggfgfgf

ବଲାଙ୍ଗୀର: ମଣିଷକୁ ଶିଖିବା ପାଇଁ ବିଭିନ୍ନ ସ୍ତରରେ, ବିଭିନ୍ନ ଉପାୟରେ ଉପାଦାନ ମିଳିଥାଏ। ଯାହାକୁ ପାଥେୟ କରି ଜଣେ ବ୍ୟକ୍ତି ସାମାଜିକ ସ୍ରୋତରେ ଆଗକୁ ବଢ଼ିଥାଏ। ହେଲେ ଜନ୍ମମାଟି ହିଁ ଅସଲ ଜ୍ଞାନ ଦେଇଥାଏ। ଜଣେ ବ୍ୟକ୍ତିର ସଂସ୍କାର, ବ୍ୟକ୍ତିତ୍ବ ଜନ୍ମମାଟିରୁ ମିଳିଥାଏ ବୋଲି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆଠାରେ ଉଦ୍‌ଘାଟିତ ୧୬ତମ ମଠଖାଇ ମହୋତ୍ସବର ମୁଖ୍ୟଅତିଥି ଛତିଶଗଡ଼ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ମିଶ୍ର ମତବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ‘ସମ୍ବାଦ’ ଓ ‘କନକ୍ ନ୍ୟୁଜ୍‌’ର ନ୍ୟୁଜ୍‌ ଏଡିଟର୍‌ ଭବାନୀ ଶଙ୍କର ତ୍ରିପାଠୀ ନିଜ ବକ୍ତବ୍ୟରେ ବଲାଙ୍ଗୀର ଜିଲ୍ଲାକୁ ଏକ ଐତିହ୍ୟସମ୍ପନ୍ନ ସମୃଦ୍ଧ ଜିଲ୍ଲା‌ ବୋଲି ବିବେଚନା କରିଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ, ନାଟକ ବଞ୍ଚିଥିବା ଯାଏ ମଣିଷର ଜୀବନଧାରା ସହଜ ଥାଏ। ମଞ୍ଚ ଉପରେ ହେଉ କି ତଳେ, ସବୁ କ୍ଷେତ୍ରରେ ମଣିଷ ଗୋଟିଏ କଳାକାର ଭାବେ ଅଭିନୟ କରିଚାଲିଛି। ତେଣୁ ନାଟକ ଅମର। ନାଟକରୁ ମିଳୁଥିବା ଶିକ୍ଷା ମଣିଷକୁ ସହଜରେ ପ୍ରଭାବିତ କରିଥାଏ। ନାଟକ ଗୋଟିଏ ପିଢ଼ିକୁ ଅନ୍ୟ ପିଢ଼ିକୁ ଯୋଡ଼ିଥାଏ ବୋଲି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ। 

ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ନାଟକ ଥିବା ଯାଏ ମଣିଷର ଜୀବନଧାରା ସହଜ: ଭବାନୀ

ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସମ୍ପାଦକ ରଶ୍ମିରଞ୍ଜନ ବକ୍ସି ପ୍ରାରମ୍ଭିକ ଭାଷଣ, ଅଖିଳ ହୋତା ସଭା ପରିଚାଳନା ଓ ଭବାନୀ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜଷ୍ଟିସ୍‌ ଡ.ମିଶ୍ରଙ୍କୁ ମଠଖାଇ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅର୍ଘ୍ୟ ଅର୍ପଣ ମିଶ୍ର ମାନପତ୍ର ପାଠ କରିଥିଲେ। ଗବେଷକ ସ୍ବର୍ଗତ ନିମାଇଁ ପାଣିଗ୍ରାହୀଙ୍କ ନାମରେ ଉଦ୍‌ଘାଟନୀ ଦିବସର ମଞ୍ଚ ସମର୍ପିତ ହୋଇଥିଲା। ଅତିଥିମାନେ ମହୋତ୍ସବର ସ୍ମରଣିକା ‘ନାଟମଣ୍ଡପ’ ଉନ୍ମୋଚନ କରିଥିଲେ। ସକାଳୁ ମହୋତ୍ସବ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ମ‌ହୋତ୍ସବ ଆୟୋଜନ ସହ ନାଟ୍ୟଜ୍ୟୋତି ସ୍ଥାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe