Image Courtesy of India Today
କୋଲାବିରା: ଜାତୀୟ ରାଜପଥ ୪୯ କୋଲାବିରା ଥାନା ଅଧୀନ କୁଣ୍ଡୁରୁସିଂହା, ପୋଖରାସାହ୍ଲେ ମଝିରେ ଥିବା ନାଳ ପାଖରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ରବିବାର ଦିନ ୩.୩୦ମି.ରେ ଏକ ଟ୍ରକ (ଓଡି ୦୯ ଏକ୍ସ ୩୯୧୨) ଏକ ବାଇକ (ଓଡି ୨୩ ଜେ ୫୦୫୨)କୁ ଧକ୍କା ଫେରାର୍ ହୋଇଯାଇଥିଲା।
ଏଥିରେ ବାଇକ ଆରୋହୀ ଠରକିମାଳ ନିବାସୀ ରବି ପିଙ୍ଗ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କୋଲାବିରା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରବିଙ୍କୁ ଉଦ୍ଧାର କରି କୋଲାବିରା ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us