‘ଟ୍ରେଷ୍ଟି ସିକ୍ୟୁରିଟି’ର ସମ୍ପତ୍ତି ବାଜ୍ୟାପ୍ତି, ଜମାକାରୀଙ୍କଠୁ ଠକିନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା

Advertisment

୭ ବର୍ଷ ତଳେ ଇଓଡବ୍ଲୁରେ ହୋଇଥିଲା ଅଭିଯୋଗ

୭ ବର୍ଷ ତଳେ ଇଓଡବ୍ଲୁରେ ହୋଇଥିଲା ଅଭିଯୋଗ

ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

Patrika

ବାଲେଶ୍ବର : ଜମାକାରୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଚିଟ୍‌ଫଣ୍ଡ ସଂସ୍ଥା ‘ଟ୍ରେଷ୍ଟି ସିକ୍ୟୁରିଟି’ର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ବାଲେଶ୍ବର ଚିଟ୍‌ଫଣ୍ତ ଅଦାଲତର ବିଚାରପତି ସଦାଶିବ ଜେନାଙ୍କ ଆଦେଶ କ୍ରମେ ‘ଟ୍ରେଷ୍ଟି ସିକ୍ୟୁରିଟି’ ନିର୍ଦ୍ଦେଶକଙ୍କ ମାଲିକାନା ସ୍ବତ୍ବରେ ଥିବା ୪ଟି ଚାରିଚକିଆ ଗାଡ଼ି ସମେତ ମୟୂରଭଞ୍ଜର ଜାମ୍ବବଣି, ଭଦ୍ରକ ଓ ବାସୁଦେବପୁର ଅଞ୍ଚଳରେ ଥିବା ଜମିକୁ ଆଜି ବାଜ୍ୟାପ୍ତି କରାଯାଇଛି। ଏଥିସହ ନିର୍ଦ୍ଦେଶକଙ୍କ ନାଁରେ ୭ଟି ବ୍ୟାଙ୍କରେ ଜମା ଥିବା ୩୦,୯୧୫ ଟଙ୍କା ମଧ୍ୟ ବାଜ୍ୟାପ୍ତ କରିବାକୁ କୋର୍ଟ ଆଦେଶ ଦେଇଥିବା ଜଣାପଡ଼ିଛି।

୨୦୧୩ ମସିହାରେ ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆର ‘ଟ୍ରେଷ୍ଟି ସିକ୍ୟୁରିଟି’ ଜମାକାରୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଇରମ୍‌ ଅଞ୍ଚଳର ଶିକ୍ଷକ ପ୍ରଶାନ୍ତ କୁମାର ମାଝୀ ଏହି ସଂସ୍ଥାରେ ନିଜ ନାଁରେ ଓ ସମ୍ପର୍କୀୟଙ୍କ ନାଁରେ ୮ ଲକ୍ଷ ୨୮ ହଜାର ୭୦୦ ଟଙ୍କା ଜମା କରିଥିଲେ। ଏହାର ୨ ବର୍ଷ ପରେ ଜୁଲାଇ ୨୦୧୫ରେ ସଂସ୍ଥାର ଭୁବନେଶ୍ବର ମୁଖ୍ୟାଳୟ ଓ ଭଦ୍ରକ ବାସୁଦେବପୁର ଶାଖା କାର୍ଯ୍ୟାଳୟରେ ତାଲା ପଡ଼ିଯିବାରୁ ଠକାମିର ଶିକାର ହୋଇଥିବା ଜାଣି ଶ୍ରୀ ମାଝି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ଦ୍ବାରସ୍ଥ ହେବା ସହ ‘ଟ୍ରେଷ୍ଟି ସିକ୍ୟୁରିଟି’ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ କେସ୍‌ ନମ୍ବର ୧୪/୨୦୧୫, ଆଇପିସି ୪୬୭, ୪୬୮, ୪୭୧, ୪୨୦, ୪୦୬, ୧୨୦-ବି ଓ ୪, ୫, ୬ ପ୍ରାଇଜ୍ ଚିଟ୍ ଆଣ୍ତ ମନି ସର୍କୁଲେସନ୍‌ ବ୍ୟାନିଂ ଆକ୍ଟରେ ମାମଲା ରୁଜୁ ହୋଇଥିଲା।ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଟ୍ରେଷ୍ଟି ସଂସ୍ଥା ନାଁରେ ଥିବା ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଆସିବା ପରେ ବାଲେଶ୍ବରର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଏ ନେଇ ଚିଟ୍‌ଫଣ୍ତ ଅଦାଲତରେ ମାମଲା ଆଗତ କରିଥିଲେ। ଏ ସଂକ୍ରାନ୍ତ ମିସ୍‌ କେସ୍‌ ନଂ ୧/୧୭ର ଆଜି ଚୂଡ଼ାନ୍ତ ବିଚାର କରି ଫଇସଲା ଶୁଣାଇଛନ୍ତି ବିଚାରପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe