ଦୃଷ୍ଟି ଆଢ଼ୁଆଳରେ ତୃତୀୟାଦେବ ମଠ, ଭାଙ୍ଗିରୁଜି ଗଲାଣି ରାଜରାଜୁଡ଼ା ଅମଳର ଏହି ଆଖଡ଼ା ମଠ

Advertisment

ଆଖି ବୁଜିଦେଇଛି ଦେବୋତ୍ତର ବିଭାଗ

ଆଖି ବୁଜିଦେଇଛି ଦେବୋତ୍ତର ବିଭାଗ

ଦୃଷ୍ଟି ଆଢ଼ୁଆଳରେ ତୃତୀୟାଦେବ ମଠ, ଭାଙ୍ଗିରୁଜି ଗଲାଣି ରାଜରାଜୁଡ଼ା ଅମଳର ଏହି ଆଖଡ଼ା ମଠ

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ଦେବୋତ୍ତର ବିଭାଗ ଅଧୀନରେ ରାଜସୁନାଖଳା ନିକଟସ୍ଥ କାସନ୍ଦାଠାରେ ରହିଛି ତୃତୀୟା ଦେବ ମଠ। ଏହି ମଠର ପୁରୀ ବଡ଼ ଆଖଡ଼ା ମଠ ସହ ସର୍ମ୍ପକ ରହିଛି। ରାଜରାଜୁଡ଼ା ଅମଳରୁ ରଣପୁର ରାଜା ପାଇକମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେବା ପାଇଁ ରଣପୁର ବଡ଼ମଠ ଓ କାସନ୍ଦା ତୃତୀୟା ଦେବଙ୍କ ମଠ ପ୍ରତିଷ୍ଠା କରିଥିଲେ। ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ୭୦ ଏକର ଜମି ଖଞ୍ଜିଥିଲେ। ଦେବୋତ୍ତର ବିଭାଗର ଅଣଦେଖା ସାଙ୍ଗକୁ ମଠ ମହନ୍ତଙ୍କୁ ନେଇ ବିବାଦ ଦେଖାଦେବାରୁ ରାଜରାଜୁଡ଼ା ଅମଳର ଏହି ଆଖଡ଼ା ମଠ ଏବେ ଭାଙ୍ଗିରୁଜି ଗଲାଣି।

publive-image

କାସନ୍ଦା ଗ୍ରାମର ସଭାପତି ସୁକାନ୍ତ ସାମନ୍ତରାୟ ମଠର ପୁନରୁଦ୍ଧାର ପାଇଁ ଦେବୋତ୍ତର ବିଭାଗକୁ ଅନୁରୋଧ କରିଥିବା ଜଣାପଡ଼ିଛି। ୧୯୯୩ ମସିହାରେ ରଣପୁର ଲଚ୍ଛମନ ବାଲାଜୀ ବଡ଼ମଠର ମହନ୍ତ ଗୋପାଳ ଚରଣ ଦାଶ କମଳ ଲୋଚନ ଦାଶଙ୍କୁ ଚେଲା ଭାବେ ଗ୍ରହଣ କରି କାସନ୍ଦା ତୃତୀୟାଦେବଙ୍କ ମଠ ପରିଚାଳନା ପାଇଁ ଏକ ପତ୍ର ସମ୍ପାଦନ କରିଥିଲେ। ଯାହାକୁ ଆଧାର କରି ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ କମଳଲୋଚନଙ୍କୁ ଶାଢ଼ୀ ପ୍ରଦାନ କରି ମହନ୍ତ ଭାବେ ଘୋଷଣା କରିଥିଲେ। କିଛି ଦିନ ପରେ ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମକୁ ଯାଇଥିଲେ। ତାଙ୍କର ଅନୁପସ୍ଥିତିରେ ମଠ ପରିଚାଳନା ପାଇଁ ମନ୍ଦିର ପୂଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମହନ୍ତ କମଳ ଲୋଚନ ଦାଶ ତୃତୀୟା ଦେବଙ୍କ ମଠକୁ ଫେରିବା ପରେ ଏବେ ଗ୍ରାମବାସୀମାନେ ମହନ୍ତଙ୍କୁ ମଠ ପରିଚାଳନା ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଦେବୋତ୍ତର ବିଭାଗ ଏହି ପୁରାତନ ସଂସ୍କୃତିସଂପନ୍ନ ତୃତୀୟାଦେବ ମଠର ପୁନରୁଦ୍ଧାର କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe