ଅବଧି ପୂର୍ବରୁ ବନ୍ଦ ହେଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ, ୬ ୟୁନିଟରୁ ବିଜୁଳି ଉତ୍ପାଦନ ଠପ୍

Advertisment

୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା

୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା

ଅବଧି ପୂର୍ବରୁ ବନ୍ଦ ହେଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ, ୬ ୟୁନିଟରୁ ବିଜୁଳି ଉତ୍ପାଦନ ଠପ୍

ଅନୁଗୁଳ/ତାଳଚେର  : ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ଫଳରେ ୬ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ପୂରା ଠପ୍ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଞ୍ଜୁରୀ ଥିବା ବେଳେ ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ୯ ଦିନ ପୂର୍ବରୁ ବନ୍ଦ ହୋଇଯାଇଛି ତାଳଚେରସ୍ଥିତ ଟିଟିପିଏସ୍ । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଛି ।

ପ୍ରଥମେ ପ୍ଲାଂଟର ୧ ନମ୍ବର ଓ ୬ ନମ୍ବର ଦୁଇଟି ୟୁନିଟ୍ ବନ୍ଦ ହୋଇଥିବା ବେଳେ ଅବଶିଷ୍ଟ ୪ ୟୁନିଟକୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦିଆଯାଇଛି । ୪୬୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପାୱାରପ୍ଲାଂଟ ବନ୍ଦ ହେବା ଫଳରେ ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ୧୪ ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି । ଟିଟିପିଏସକୁ ଚାଲୁ ନ କଲେ ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ତୋଳନ ସଂପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସେପଟେ ମୁଖ୍ୟମନ୍ତ୍ରୀ ଟିଟିପିଏସ୍ ବନ୍ଦ ନ କରିବାକୁ ଦାବି କରି କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe