ଆଳୁ ଖୋଳୁ ଖୋଳୁ ମହାଦେବ: କୋଭିଡ ସର୍ଭେ ବେଳେ ବାହାରିଲେ ଯକ୍ଷ୍ମା ଓ କୁଷ୍ଠ ରୋଗୀ

Advertisment

୭୩୯୯ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀ ଚିହ୍ନଟ

୭୩୯୯ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀ ଚିହ୍ନଟ

ଓଡ଼ିଶାରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୫ ହଜାର ନୂଆ କୁଷ୍ଠରୋଗୀ

dnaindia.com

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ପାଇଁ ଘୋଷଣା କରିଥିଲେ। ଯାହାଫଳରେ କୋଭିଡ‌୍ ଲକ୍ଷଣ ଥିବା ରୋଗୀଙ୍କୁ ଆଗୁଆ ଚିହ୍ନଟ ସହିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ। ମେ’ ୨୪ତାରିଖରୁ ଏହା ଆରମ୍ଭ ହୋଇ ଏହି ସର୍ଭେ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିଥିଲା। ତେବେ କୌତୂହଳର ବିଷୟ ହେଲା, ରାଜ୍ୟବ୍ୟାପୀ ହୋଇଥିବା ଏବେ ସର୍ଭେରେ କୋଭିଡ ରୋଗୀଙ୍କ ସହିତ ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗୋଷ୍ଠୀସ୍ତରରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ଏହି ସର୍ଭେ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ମାସିଆ ସର୍ଭେରେ ୯୫.୧୮ଲକ୍ଷ ଘରକୁ ଯାଇ ସର୍ଭେ କରାଯାଇଥିଲା। ‌ଅତିକମ୍‌ରେ ୧୫ଦିନରେ ଥରେ ସେମାନଙ୍କୁ ଘରକୁ ଘର ଯାଇ ଲୋକଙ୍କ ବିଭିନ୍ନ ଲକ୍ଷଣ ସଂପର୍କରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯେଉଁ ଲୋକମାନଙ୍କର କୋଭିଡ୍‌ ଲକ୍ଷଣ ରହିଥିଲା ସେମାନଙ୍କୁ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ସମୁଦାୟ ୧୬.୪୯ଲକ୍ଷ ନମୁନାର ଆର୍‌ଟିପିସିଆର/ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨ଲକ୍ଷ ୪ହଜାର ୧୦୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାସହ ୫୬,୫୫୨ ମଧୁମେହ, ୭୩୯୯ ନୂତନ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଯାହାକି ସର୍ଭେର ଅନ୍ୟତମ ବଡ଼ ସଫଳତା ବୋଲି କୁହାଯାଉଛି।

ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରିନିଂ ପରେ ୧୫,୯୮୮ ସନ୍ଦିଗ୍ଧ କୁଷ୍ଠ ରୋଗୀଙ୍କୁ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା। ତହିଁରୁ ୧୬୨୫ କୁଷ୍ଠ ରୋଗୀ ଥିବା ସ୍ପଷ୍ଟ ହୋଇଥିଲା। ଇତିମଧ୍ୟରେ ସେମାନଙ୍କୁ ଆବଶ୍ୟକ ଏମ୍‌ଡିଟି ଯୋଗାଇ ଦିଆଯାଇଛି। ସେହିପରି ସ୍ପୁଟମ୍ ମାଇକ୍ରୋସ୍କୋପି ଜରିଆରେ ୭୩୯୯ କୁଷ୍ଠ ରୋଗୀକୁ ଚିହ୍ନଟ କରାଯାଇଥିଲା। ଏହା ବ୍ୟତୀତ ପତଳା ଝାଡ଼ାରେ ଆକ୍ରାନ୍ତ ୫୯,୦୭୦ ୫ବର୍ଷରୁ କମ୍ ଶିଶୁଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ସର୍ଭେରେ ୬୭୯୬ ରୋଗୀଙ୍କୁ ଡାଏଲିସିସ୍ ସହିତ ୨୬୫୭ଜଣଙ୍କୁ କେମୋ ଥେରାପି ରୋଗୀଙ୍କ ପଞ୍ଜୀକରଣ କରାଯିବା ସହିତ ତହିଁରୁ ୯୬ ପ୍ରତିଶତ ରୋଗୀଙ୍କୁ ଆବଶ୍ୟକ ଡାଏଲିସି୍ ଓ କେମୋଥେରାପି ଦିଆଯାଇଛି।

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ଅଭିଯାନ ଜରିଆରେ ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ ରୋଗୀଙ୍କୁ ଚିହ୍ନଟ ପାଇଁ ଅଭିଯାନ ଚାଲୁଛି। ପ୍ରତ୍ୟେକ ବର୍ଷ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ହେଲେ କୋଭିଡ ସର୍ଭେ ସମୟରେ ଏତେ ସଂଖ୍ୟକ ଅନ୍ୟ ନୂତନ ରୋଗୀ ଚିହ୍ନଟ ହେବା ଫଳରେ ଗୋଷ୍ଠୀସ୍ତରରେ ସ୍ବାସ୍ଥ୍ୟ ବିଭାଗର ଚାଲୁଥିବା ଅଭିଯାନ ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନଥିବା ଆଶଙ୍କା ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଭିଡ ରୋଗୀଙ୍କ ସମେତ ଅନ୍ୟ ରୋଗୀମାନଙ୍କୁ ଚିହ୍ନଟ କରାଯିବା ସର୍ଭେର ପ୍ରମୁଖ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe