ଭୁବନେଶ୍ବର:ବାରବାଟୀରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉଭୟ ଦଳର ଖେଳାଳି ରବିବାର ଅପରାହ୍ଣରେ ଭୁବନେଶ୍ବର ପହଞ୍ଚିଛନ୍ତି। ବିମାନବନ୍ଦରରୁ କାରକେଡ୍ ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ହୋଟେଲ୍ ମେ’ ଫେୟାର୍ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ୍ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଓ ସ୍ବାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ମୟୂରଭଞ୍ଜ ଆଦିବାସୀଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟରେ ଖେଳାଳିଙ୍କୁ ହୋଟେଲ୍ରେ ସ୍ବାଗତ କରାଯିବା ଭିନ୍ନ ଏକ ବାତାବରଣ ସୃଷ୍ଟି କରିଥିଲା। କିଛି ସପୋର୍ଟ ଷ୍ଟାଫ୍ ବି ସାନ୍ତାଳୀ ନୃତ୍ୟରତାଙ୍କ ତାଳେ ତାଳେ ଝୁମି ଉଠିଥିଲେ। ବାମହାତୀ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ସେନା ଷ୍ଟାଇଲ୍ରେ ସଲାମ କରି ସମସ୍ତଙ୍କ ଆକର୍ଷଣରେ ରହିଥିଲେ। ହୋଟେଲ୍ କର୍ମଚାରୀ ମଧ୍ୟ ଫୁଲଚନ୍ଦନ ଦେଇ ପାରମ୍ପରିକ ରୀତିରେ ସ୍ବାଗତ କରିଥିଲେ। ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ହୋଟେଲ୍ ଭିତରକୁ ଆଣିଥିଲେ।
Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ
ଶନିବାରଠାରୁ ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ପହଞ୍ଚି ସାରିଥିବାବେଳେ ରବିବାର ବାରବାଟୀ ଷ୍ଟାଡିୟମ୍ ଆସି ଅଭ୍ୟାସ କରିଛନ୍ତି। ପୂର୍ବରୁ ଦିନିକିଆ ଦଳରେ ନଥିବା ୫ ଜଣ ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଭୁବନେଶ୍ବର ଆସି ସାରିଥିଲେ। ରବିବାର କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ ଗିଲ୍ ନଥିଲେ। ଶନିବାର ରାତିରେ ବିଶାଖାପାଟଣାରେ ତୃତୀୟ ଦିନିକିଆ ଶେଷ ହେବା ପରେ ସେଠାରୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ସଦସ୍ୟମାନେ ଆସି ଭୁବନେଶ୍ବର ପହଞ୍ଚିଛନ୍ତି।
Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ
ସେମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ, ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲଙ୍କ ସହ ଯଶପ୍ରୀତ୍ ବୁମ୍ରା, ତିଳକ ବର୍ମା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ୱାସିଂଟନ୍ ସୁନ୍ଦର, ହର୍ଷିତ ରାଣା ପ୍ରମୁଖ ଥିଲେ। ସେହିଭଳି ରାତିରେ ଆସି ପହଞ୍ଚିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଉପଅଧିନାୟକ ଶୁବମନ୍ ଗିଲ୍, ଓପନର୍ ଅଭିଷେକ ଶର୍ମା, ଅଲରାଉଣ୍ଡର୍ ଶିବମ ଦୁବେ। ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରେ ନେତୃତ୍ବ ନେଇଥିବା ତେମ୍ବା ବଭୁମାଙ୍କ ସହ ଟ୍ବେଣ୍ଟି-୨୦ ଦଳ ଅଧିନାୟକ ଐଦେନ ମାର୍କରାମଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ବି ଆସି ଭୁବନେଶ୍ବର ପହଞ୍ଚିଛନ୍ତି। ସୋମବାର ବାରବାଟୀରେ ଭାରତୀୟ ଖେଳାଳି ମଧ୍ୟାହ୍ନରେ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଅପରାହ୍ଣରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/dgdgdzccvzvc-2025-12-08-01-08-02.jpg)