ଟୁକୁନୀ-ସଂଗୀତା ଟ୍ୱିଟ୍ ଟକ୍କର

Advertisment
ଟୁକୁନୀ-ସଂଗୀତା ଟ୍ୱିଟ୍ ଟକ୍କର

ବଲାଙ୍ଗୀର : ମହିଳ ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଏବଂ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଟ୍ୱିଟର ଟକ୍କର ଚର୍ଚ୍ଚାର ବିଷୟ ହୋଇଛି।

publive-image

ପ୍ରଥମେ ଆଜି ମନ୍ତ୍ରୀ ଟୁକୁନୀ ସାହୁ ମମିତା ହତ୍ୟା ମାମଲାରେ ମୃତ ମମିତାଙ୍କ ବାପା, ମା' ରଖିଥିବା ପ୍ରତିକ୍ରିୟାର ଭିଡିଓ ଅପଲୋଡ଼ କରି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ମୋର ପ୍ରିୟ ବଡ଼ଭାଇମାନେ- ଝିଅକୁ ହରାଇବାଠାରୁ ବଡ଼ ଦୁଃଖ ସଂସାରରେ ଆଉ କିଛି ବି ନାହିଁ। ଏହି ଶୋକ ସମୟରେ ଆମ ସମସ୍ତଙ୍କର ଦାୟିତ୍ୱ ଏହାକି ରାଜନୀତିର ବିଭିନ୍ନତାକୁ ଭୁଲି ଏକତ୍ର ହୋଇ ଝିଅକୁ ହରାଇଥିବା ମାତାପିତାଙ୍କ ଅନୁରୋଧକୁ ସମ୍ମାନ ଦେବା ଏବଂ ଶୋକସନ୍ତପ୍ତ ପରିବାରର ଦୁଃଖରେ ସହଭାଗୀ ହେବା।

publive-image

ଆଉ ଏହାର ଜବାବ ଦେଇଥିଲେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ। ମନ୍ତ୍ରୀଙ୍କ ଟ୍ୱିଟ ଓ ତାହାର ଲେଖା ସହ ସାଂସଦ ଏକ ପୋଷ୍ଟ କରିଥିଲେ। ସାଂସଦ ସଂଗୀତା ଉଲ୍ଲେଖ କରିଥିଲେ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭଉଣୀ ଟୁକୁନୀ ସାହୁ ଯାହା ମନ୍ତବ୍ୟ ରଖିଛନ୍ତି ତାହା ହାସ୍ୟାସ୍ପଦ। ସେ ନିଜ ଜିଲ୍ଲାର ଝିଅ ସହ ଘଟିଥିବା ଅମାନବୀୟ ଘଟଣା ପରେ ତାଙ୍କର ଘରକୁ ନଯିବା ଓ ଚୁପ୍‌ ରହିବା ଘଟଣା ପ୍ରତି ତାଙ୍କର ସମ୍ବେଦନଶୀଳତାକୁ ଦର୍ଶାଉଛି। ତାଙ୍କ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ଉପରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଏଥିରୁ ସେ ଏହି ଘଟଣା ପ୍ରତି କେତେ ଚିନ୍ତିତ ଅଛନ୍ତି ଜଣାପଡୁଛି। ରାଜ୍ୟରେ ପ୍ରତ୍ୟେକ ଦିନ ଅନେକ ଅପରାଧିକ ଘଟଣା ଘଟୁଛି। ଶିଶୁ ଓ ମହିଳାଙ୍କ ସୁରକ୍ଷା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ରାଜ୍ୟରେ ଘଟିଥିବା ଏଭଳି ଦୁଇ ଘଟଣା ମନେ ପକାଇବାକୁ ଚାହୁଁଛି। ନୟାଗଡ଼ର ଛୋଟ ଝିଅ ପରୀ ଓ କୁନ୍ଦୁଲି ଝିଅର ଘଟଣାରେ ପରିବାର ଦ୍ୱାରା କରାଯାଇଥିବା ଅଭିଯୋଗ କଣ ସମ୍ବେଦନଶୀଳ ନୁହେଁ କି ବୋଲି ସାଂସଦ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe