ଶ୍ରୀଗୁଣ୍ଡିଚାରେ ତୁଳସୀକ୍ଷେତ୍ର ଉତ୍ସବମୁଖର: ଶହେ ମିଟର‌ ଗଡ଼ି ଅଟକିଲା ରଥ

Advertisment

ଶ୍ରୀଗୁଣ୍ତିଚାରେ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବ ଜିଉଙ୍କ ଇଚ୍ଛାପୁରସ୍ଥିତ ବଡ଼ଦାଣ୍ତ ଆଜି ଭକ୍ତମୟ ହୋଇ ପଡ଼ିଥିଲା। ଆଜି ରଥ ମାତ୍ର ଶହେ ମିଟର‌୍‌ ଆଗକୁ ଗଡ଼ିଥିବା ବେଳେ ଆସନ୍ତାକାଲି ଅପରାହ୍ଣରେ ପୁଣି ରଥ ଟଣାଯିବ।

ଶ୍ରୀଗୁଣ୍ତିଚାରେ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବ ଜିଉଙ୍କ ଇଚ୍ଛାପୁରସ୍ଥିତ ବଡ଼ଦାଣ୍ତ ଆଜି ଭକ୍ତମୟ ହୋଇ ପଡ଼ିଥିଲା। ଆଜି ରଥ ମାତ୍ର ଶହେ ମିଟର‌୍‌ ଆଗକୁ ଗଡ଼ିଥିବା ବେଳେ ଆସନ୍ତାକାଲି ଅପରାହ୍ଣରେ ପୁଣି ରଥ ଟଣାଯିବ।

dgdgdgvc

କେନ୍ଦ୍ରାପଡ଼ା: ଶ୍ରୀଗୁଣ୍ତିଚାରେ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ବଳଦେବ ଜିଉଙ୍କ ଇଚ୍ଛାପୁରସ୍ଥିତ ବଡ଼ଦାଣ୍ତ ଆଜି ଭକ୍ତମୟ ହୋଇ ପଡ଼ିଥିଲା। ଆଜି ରଥ ମାତ୍ର ଶହେ ମିଟର‌୍‌ ଆଗକୁ ଗଡ଼ିଥିବା ବେଳେ ଆସନ୍ତାକାଲି ଅପରାହ୍ଣରେ ପୁଣି ରଥ ଟଣାଯିବ। ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ୍ରା ପାଇଁ ଶୁକ୍ରବାର ଭୋର‌୍‌ରୁ ରଥଦାଣ୍ଡ ଚଳଚଞ୍ଚଳ ହୋଇପଡ଼ିଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ ଭୋର‌୍‌ ୫ଟାରେ ଦ୍ବାରଫିଟା, ସକାଳ ସାଢ଼େ ୫ରୁ ସାଢ଼େ ୬ଟା ମଧୢରେ ଜୟମଙ୍ଗଳା ଆଳତି, ସକାଳ ୭ରୁ ୮ଟା ମଧୢରେ ନୀତିସ୍ନାନ ବଲ୍ଲଭ କରାଯିବା ପରେ ଖେଚୁଡ଼ି ଧୂପ ଲାଗି ହୋଇଥିଲା। ମଧୢାହ୍ନରେ ସେନାପଟା ଓ ମଙ୍ଗଳାର୍ପଣ ପରେ ପହଣ୍ତି ବିଜେ ହୋଇଥିଲା। ପ୍ରଥମେ ପହଣ୍ତିରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ପରକୁ ପର ମାତା ସୁଭଦ୍ରା ଓ କାଳିଆ ଠାକୁର ଜଗନ୍ନାଥ ପହଣ୍ତିରେ ଆସି ରଥାରୂଢ଼ ହୋଇଥିଲେ। ବ୍ରହ୍ମ ତାଳଧ୍ବଳ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜିବା ପରେ ଚାରମାଳ ଫିଟା ଓ ଘୋଡ଼ା ବନ୍ଧା ଯାଇଥିଲା। ଅପରାହ୍ଣ ପ୍ରାୟ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।

ଭକ୍ତମାନେ ରଥ ଟାଣି ନେଇ ମାତ୍ର ଶହେ ମିଟର‌୍‌ ଯାଇଥିବା ବେଳେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକିଥିଲା। ଆସନ୍ତାକାଲି ଅପରାହ୍ଣରେ ପୁଣି ରଥ ଟଣାଯିବ। ଶ୍ରୀଗୁଣ୍ତିଚା ଚକଡ଼ାରେ ରଥ ଲାଗି ପରେ ତୃତୀୟ ଦିନ ଅର୍ଥାତ୍‌ ରବିବାର ପହଣ୍ତି ବିଜେରେ ଜନ୍ମବେଦିକୁ ଯିବା ପାଇଁ ନିର୍ଘଣ୍ଟ ହୋଇଛି। ଗତ କିଛି ବର୍ଷ ହେବ ରଥ ମଝିଦାଣ୍ଡରେ ମୋଡ଼ ନେଇ ଯାଉଥିବା କାରଣରୁ ରଥ ଦ୍ବିତୀୟ ଦିନ ଶ୍ରୀଗୁଣ୍ତିଚା ମନ୍ଦିରରେ ପହଞ୍ଚି ପାରୁନାହିଁ। ଏଥର ମନ୍ଦିର ପ୍ରଶାସନ ଆଗୁଆ ବ୍ୟାପକ ପ୍ରସ୍ତୁତି କରିଛି। ଦୁଇ ଦିନରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବା ଉପରେ ଆରମ୍ଭରୁ ଜୋର‌୍‌ ଦେଇ ଆସିଛି। ତେଣୁ ଆସନ୍ତାକାଲି ରଥ ଚକଡ଼ାରେ ରଥ ଲାଗିପାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe