ଯୁଯୁମୁରା ହକି ଷ୍ଟାଡିୟମରେ ଟର୍ଫ ବିଛା କାମ ଆରମ୍ଭ

Advertisment
ଯୁଯୁମୁରା ହକି ଷ୍ଟାଡିୟମରେ ଟର୍ଫ ବିଛା କାମ ଆରମ୍ଭ

ସମ୍ବଲପୁର: ଯୁଯୁମୁରା ଠାରେ ବହୁ ପ୍ରତୀକ୍ଷିତ ହକି ଷ୍ଟାଡିୟମ କାମ ଜୋର୍‌ସୋର୍‌ରେ ଚାଲିଥିବା ବେଳେ ନୂତନ ଟର୍ଫ ବିଛାଇବା ଆରମ୍ଭ ହୋଇଛି। ପୂର୍ବରୁ ଏହି ଷ୍ଟାଡିୟମ୍‌ରେ ବିଛାଇବା ପାଇଁ କଳିଙ୍ଗ ଷ୍ଟାଡ଼ିୟମର ପୁରୁଣା ଟର୍ଫ ଆସିଥିଲା। ପରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରି ତାକୁ ଅନ୍ୟତ୍ର ପଠାଇବା ସହ ଏବେ ବିଦେଶରୁ ଆସିଥିବା ନୂତନ ଟର୍ଫ୍ ଯୁଯୁମୁରାରେ ବିଛାଉଛନ୍ତି।

ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଯୁଯୁମୁରାରେ ପ୍ରତିଷ୍ଠା କରାଯାଇଥିବା ସହିଦ ମାଧୋ ସିଂ ହକି ଏକାଡେମି, ସମ୍ବଲପୁରକୁ ଦିଲ୍ଲୀପ ତୀର୍କିଙ୍କ ନେତୃତ୍ବାଧୀନ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। ଏହା ସହିତ ଆସନ୍ତା ଅଗଷ୍ଟ ୧୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟ ସ୍ତରୀୟ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ବିଭାଗର ଉଭୟ ବର୍ଗରେ ହେବାକୁ ଥିବା ପ୍ରତିଯୋଗିତାରେ ସହିଦ ମାଧୋ ସିଂ ହକି ଏକାଡେମୀ ଅଂଶଗ୍ରହଣ କରିବ। ଯାହାକୁ ନେଇ ଏକାଡେମୀର ସଭାପତି ତଥା ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଓ ସମ୍ପାଦକ ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି ଖୁସି ବ୍ୟକ୍ତ କରିବା ସହ ହକି ସଂଘ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିଯୋଗିତା ପାଇଁ ଖେଳାଳିମାନେ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଥିବା ଶ୍ରୀ ମହାନ୍ତି ଏକ ବିବୃତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe