ତୁର୍କା ଗାଁ ଝିଅ ସ୍କୁଲ ମାଟି ମାଡ଼ି ନଥିବା ଘଟଣା: ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଶିକ୍ଷା ବିଭାଗ ତତ୍ପର

Advertisment

ଭଟାଙ୍ଗପଦର ସ୍କୁଲରେ ୪ ଝିଅଙ୍କୁ ଭବ୍ୟ ସ୍ୱାଗତ

ଭଟାଙ୍ଗପଦର ସ୍କୁଲରେ ୪ ଝିଅଙ୍କୁ ଭବ୍ୟ ସ୍ୱାଗତ

ତୁର୍କା ଗାଁ ଝିଅ ସ୍କୁଲ ମାଟି ମାଡ଼ି ନଥିବା ଘଟଣା: ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଶିକ୍ଷା ବିଭାଗ ତତ୍ପର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ ତୁର୍କା ଗାଁର କୌଣସି ଝିଅ ଆଜି ପର୍ଯ୍ୟନ୍ତ ସ୍କୁଲ ମାଟି ମାଡ଼ିନଥିଲେ। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଥିଲେ। ସୋମବାର ପ୍ରଥମ ଥର ସ୍କୁଲ ପାଠ ପଢ଼ିବାକୁ ଯାଇଥିଲେ ଏହି ଗାଁର ୪ ଝିଅ। ସେମାନଙ୍କୁ ଭଟାଙ୍ଗପଦର ସ୍କୁଲଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁ ବସିବାର ୧୦୦ ବର୍ଷ ହୋଇଥିଲେ ମଧ୍ୟ କେହି ସ୍କୁଲ ମାଟି ମାଡ଼ି ନଥିବା ସଂପର୍କରେ ପ୍ରକାଶ ପାଇବା ପରେ ଗତ ଜାନୁଆରି ୩୦ ତାରିଖ ଦିନ ଭଟାଙ୍ଗପଦର ସିଆର୍‌ସିସି ଭାରତ ଭୂଷଣ ସାହୁ କିଛି ଶିକ୍ଷକଙ୍କୁ ସାଙ୍ଗରେ ନେଇ ତୁର୍କା ଗାଁକୁ ଯାଇ ତଦନ୍ତ କରିଥିଲେ। ଗାଁର ଜଣେ ମଧ୍ୟ ଝିଅ ସରକାରୀ ସ୍କୁଲରେ ପାଠ ପଢ଼ିନଥିବା ପ୍ରକାଶ କରିଥିଲେ।

ଏହା ପରେ ଅଭିଭାବକଙ୍କୁ ବୁଝାସୁଝା ପରେ ଗାଁର ୪ ଜଣ ଝିଅ ପଦ୍ମା ମାଝୀ, ଦଇମନ୍ତି ମାଝୀ, ଜନତି ମାଝୀ ଓ ଗୀତା ମାଝୀଙ୍କ ନାମ ଭଟାଙ୍ଗପଦର ଆବାସିକ ବିଦ୍ୟାଳୟରେ ଲେଖାଯାଇଥିଲା। ସୋମବାର ସେମାନେ ପ୍ରଥମଥର ପାଇଁ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ୪ କୁନି ଝିଅଙ୍କୁ ଭଟାଙ୍ଗପଦର ସ୍କୁଲରେ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନନ୍ଦଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭବ୍ୟ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe