ତୁରୁଡିହି ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ: ପ୍ରଧାନ ଶିକ୍ଷକଙ୍କ ଅବହେଳା ଅଭିଯୋଗ

ହଷ୍ଟେଲ ପରିଚାଳନାରେ ବ୍ୟତିକ୍ରମ ତଥା ଚିକିତ୍ସାରେ ଅବହେଳା ଯୋଗୁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ମେଡିକାଲ ଯିବା ବାଟରେ ମୃତ୍ୟୁ ଘଟିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି...

Turudihi hostel student dies: Principal's negligence alleged

Turudihi hostel student dies: Principal's negligence alleged

ରାଇଘର: ହଷ୍ଟେଲ ପରିଚାଳନାରେ ବ୍ୟତିକ୍ରମ ତଥା ଚିକିତ୍ସାରେ ଅବହେଳା ଯୋଗୁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ମେଡିକାଲ ଯିବା ବାଟରେ ମୃତ୍ୟୁ ଘଟିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି (ଆଦିବାସୀ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡଣ୍ଡି ଗ୍ରାମର ବାଲସାଇ ଗଣ୍ଡଙ୍କ ପୁଅ ମଙ୍ଗଳ ସିଂ ଗଣ୍ଡ (୧୩) ଏହି ବିଦ୍ୟାଳୟର ହଷ୍ଟେଲରେ ରହିପାଠ ପଢ଼ୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍କୁଲ ପ୍ରଧାନ ଶିକ୍ଷକ ଧ୍ୟାନ ଦେଉ ନଥିଲେ ବୋଲି ଅଭିଯୋଗ ହୋଇଛି।

ମଙ୍ଗଳ ସିଂ ଗତକାଲି ରାତିରେ ଆନିମିଆ (ରକ୍ତ ଶିକୁଳି) ରୋଗରେ ଆକ୍ରାନ୍ତ ହୋଇ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର ହେବା ସମୟରେ ବାଟରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ବିଦ୍ୟାଳୟର ହଷ୍ଟେଲ ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ନନି ଗୋପାଳ ବିଶ୍ୱାସଙ୍କ ପରିଚାଳନାରେ ତ୍ରୁଟି ଏବଂ ମୃତ ଛାତ୍ରଙ୍କର ଚିକିତ୍ସାରେ ଅବହେଳା ଅଭିଯୋଗ କରିଆଜି ସକାଳୁ ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରିଥିଲେ। ପ୍ରଧାନ ଶିକ୍ଷକ ହଷ୍ଟେଲରେ ରହୁ ନଥିବାରୁ ଗତକାଲି ରାତିରେ ମଙ୍ଗଳ ସିଂ ଙ୍କର ଦେହ ଖରାପ ହେବା ପରେ ରୋଷେଇଆ ତାକୁ ଏକ କ୍ଵାକ୍ ପାଖକୁ ନେଇଯାଇ ଥିଲେ।

ପରେ ସେଠାରୁ ଅସୁସ୍ଥ ଅବସ୍ଥାରେ ମଙ୍ଗଳ ସିଂକୁ ନିଜ ଘର ଓଡଣ୍ଡିକୁ ନେଇ ସେଠାରୁ ତା ବାପାଙ୍କ ସହିତ ହାଟଭରାଣ୍ଡି ମେଡିକାଲକୁ ନେଇ ଯାଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁ ତାକୁ ଉମରକୋଟ ସ୍ଥାନାନ୍ତର କରିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅପର ପକ୍ଷରେ ତଦନ୍ତ ପାଇଁ ଆସିଥିବା ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ଏକ ରୁମରେ ଗ୍ରାମବାସୀ ତାଲା ପକାଇ ଦେଇଥିବା ବେଳେ ହାଟ ଭରାଣ୍ଡି ମେଡିକାଲର ଏକ ଟିମ ହଷ୍ଟେଲର ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣା ପଡ଼ିଛି।

ମଙ୍ଗଳସିଂର ମର ଶରୀର ଉମରକୋଟ ମେଡିକାଲରେ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

 ଦେବେନ୍ଦ୍ର ମିଶ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe