ଅନୁଗୁଳ ବନାଂଚଳ ହିଡିସିଙ୍ଗରେ ଦନ୍ତା ଅସୁସ୍ଥ, ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି

Advertisment
ଅନୁଗୁଳ ବନାଂଚଳ ହିଡିସିଙ୍ଗରେ ଦନ୍ତା ଅସୁସ୍ଥ, ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ହିଡିସିଙ୍ଗ ଗ୍ରାମରେ ଆଜି ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଜଂଗଲକୁ ଯାଇଥିବା ବେଳେ ଅସୁସ୍ଥ ଦନ୍ତାକୁ ଠାବ କରିଥିଲେ। ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଦନ୍ତାକୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କିଛି ମାସ ହେବ ହାତୀ ଓ ମଣିଷ ମଧ୍ୟରେ ସଂଘାର୍ଷ ଜାରି ରହିଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ମନୁଷ୍ୟର ଶିକାର ହେଉଛି ଦନ୍ତା। ଏସବୁର କାରଣ ହେଉଛି ଜଙ୍ଗଲ ଅବକ୍ଷୟ ବୋଲି ପଶୁପ୍ରେମୀମାନେ ମତ ରଖୁଛନ୍ତି। ବିଗତ ୬ ମାସ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ହାତୀ ମାନଙ୍କର ମୃତ୍ୟୁ ହୋଇଛି। ସେହିଭଳି ଅନେକ ସ୍ଥାନରୁ ହାତୀ ଛୁଆ ଉଦ୍ଧାର ହୋଇଛି। ହାତୀ ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ହୋଇଥିବା ବେଳେ ଅନେକ ସମୟରେ ହାତୀମାନେ ଚାଷୀମାନଙ୍କର ଫସଲ ନଷ୍ଟ କରିବା ସହିତ ଘର-ଦ୍ବାର ଭାଙ୍ଗି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe