Image Courtesy of Sambad English
ଢେଙ୍କାନାଳ: ମଙ୍ଗଳବାର ସକାଳେ ମହାବିରୋଡ଼ ରେଞ୍ଜ୍ ଡିହତୋଳ ଫରେଷ୍ଟ୍ ସେକ୍ସନ୍ ଅଧୀନସ୍ଥ ପାଣିଗେଙ୍ଗୁଟିଆ ଗାଁରେ ହାତୀ ହାବୁଡ଼ରେ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ମୃତ କୃଷକଜଣକ ହେଉଛନ୍ତି ପାଣିଗେଙ୍ଗୁଟିଆ ଗ୍ରାମର ଫକିର ଭୋଇ। ଆଜି ସକାଳୁ ଫକିର ତାଙ୍କ ବିଲକୁ ନଡ଼ା ବାନ୍ଧିବାକୁ ଯାଇଥିଲେ। ସେଠାରେ ଗୋଟାଏ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ପାଖ ବିଲରେ କାର୍ଯ୍ୟରତ ଅନ୍ୟ ଲୋକମାନେ ଏ ଘଟଣା ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ ଜଣାଇବା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା।
ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଏଭଳି ଦୁଃଖଦ ଘଟଣାରେ ମର୍ମାହତ ଓ ଉତ୍କ୍ଷିପ୍ତ ଜନତାଙ୍କୁ ବୁଝାସୁଝା କରାଇଥିଲେ। ତୁରନ୍ତ ନିର୍ଦ୍ଧାରିତ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
ପୁଲିସ ଫକିରଙ୍କ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
Follow Us