ତୁଷୁରା ହସପିଟାଲ: ନାହିଁ ମହାପ୍ରୟାଣ ଗାଡ଼ି‌, ଟ୍ରଲିରିକ୍ସାରେ ବୁହାହେଲା ଶବ

Advertisment
ତୁଷୁରା ହସପିଟାଲ: ନାହିଁ ମହାପ୍ରୟାଣ ଗାଡ଼ି‌, ଟ୍ରଲିରିକ୍ସାରେ ବୁହାହେଲା ଶବ

The New Indian Express

ତୁଷୁରା: ଡାକ୍ତରଖାନାରେ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ସସମ୍ମାନେ ଶବକୁ ତାଙ୍କ ଘରକୁ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଚିକିତ୍ସାଳୟରେ ଏହି ଗାଡ଼ି ଉପଲବ୍‌ଧ ନଥିବାରୁ ଅଞ୍ଚଳବାସୀ ହଟହଟା ହେଉଛନ୍ତି। ସୋମବାର ଏଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଟ୍ରଲିରିକ୍ସାରେ ପରିବାର ଲୋକେ ବୋହି ନେବା ଘଟଣା ଲୋକଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି।

ପ୍ରକାଶ ଯେ ତୁଷୁରା ପତିତପାବନପଡ଼ାର ମହେଶ୍ବର କୁମ୍ଭାର (୭୦) ପ୍ରତିଦିନ ନିଜ ଟ୍ରଲିରିକ୍ସାରେ ମଜୁରି କରି ପରିବାର ପୋଷଣ କରିଥାନ୍ତି। ସୋମବାର ମଧ୍ୟ ସେ ନିଜ କାମ କରୁଥିଲେ। ଏହି ସମୟରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଅପରାହ୍ଣ ପ୍ରାୟ ୩ଟା ସମୟରେ ପରିବାର ଲୋକେ ତାଙ୍କୁ ତୁଷୁରା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ବଲାଙ୍ଗୀର ନେବାରେ ଅସମର୍ଥ ହୋଇଥିଲେ। ସନ୍ଧ୍ୟା ୫ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ କୌଣସି ଗାଡ଼ି କରି ଶବ ଘରକୁ ନେଇ ପାରି ନଥିଲେ।

ଶେଷରେ ମହେଶ୍ବର ଚଳାଉଥିବା ତାଙ୍କ ଟ୍ରଲିରିକ୍ସାରେ ସହର ମଧ୍ୟ ଦେଇ ଶବକୁ ଘରକୁ ନେଇଥିଲେ। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏ ସଂପର୍କରେ ତୁଷୁରା ଚିକିତ୍ସାଳୟ ଅଧିକାରୀ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ତୁଷୁରା ଚିକିତ୍ସାଳୟରେ ଶବ ବୋହିବା ପାଇଁ ମହାପ୍ରୟାଣ ଗାଡ଼ି ନାହିଁ। ତେଣୁ ପରିବାର ଲୋକଙ୍କୁ ଶବ ଘରକୁ ନେଇଯିବା ପାଇଁ କହିଥିଲେ। ସେମାନେ ଶବକୁ କେମିତି ନେଲେ ସେ ଜାଣି ନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଅପରପକ୍ଷରେ ତୁଷୁରା ୟୁଥ ଏକ୍ସନ କମିଟି ପକ୍ଷରୁ ମହେଶ୍ବରଙ୍କ ଶବଦାହ ପାଇଁ କାଠ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe