ରଥଯାତ୍ରା ସିଧା ପ୍ରସାରଣରେ ଧାରାବିବରଣୀ ଲାଗି ପ୍ରସ୍ତାବିତ ଘୋଷକଙ୍କ ତାଲିକା ଦେବେ ଟିଭି ଚାନେଲ

Advertisment
ରଥଯାତ୍ରା ସିଧା ପ୍ରସାରଣରେ ଧାରାବିବରଣୀ ଲାଗି ପ୍ରସ୍ତାବିତ ଘୋଷକଙ୍କ ତାଲିକା ଦେବେ ଟିଭି ଚାନେଲ

Tour My India

ପୁରୀ : ଏଣିକି ରଥଯାତ୍ରାରେ ଯେକୌଣସି ଘୋଷକ ଟିଭି ଚାନେଲରେ ଧାରାବିବରଣୀ ପ୍ରଦାନ କରିପାରିବେ ନାହିଁ । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ସଠିକ୍ ଧ୍ୟାନ ଧାରଣା ରଖିଥିବା ବ୍ୟକ୍ତି ହିଁ ଧାରାବିବରଣୀ ଦେଇପାରିବେ । ଏଥିଲାଗି ରଥଯାତ୍ରାର ସିଧା ପ୍ରସାରଣ କରୁଥିବା ପ୍ରତି ଟିଭି ଚାନେଲକୁ ଧାରାବିବରଣୀ କରିବାକୁ ଥିବା ବ୍ୟକ୍ତିଙ୍କ ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପଡ଼ିବ।  ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉକ୍ତ  ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଟିଭିରେ ଧାରାବିବରଣୀ ଦେବା ସମୟରେ ଅନେକ ଘୋଷକ ଜଗନ୍ନାଥ ସଂସ୍କୃତି ବିଷୟରେ ଭୁଲଭାଲ ତଥ୍ୟ ଦେଉଛନ୍ତି । ସଂସ୍କୃତି ବାବଦରେ ତ୍ରୁଟିଯୁକ୍ତ କଥା କହୁଛନ୍ତି। ତେଣୁ ଜ୍ଞାନଗାରିମା କମ ଥିବା ଘୋଷକଙ୍କୁ ଏଥର ବିରତି ଦେବାକୁ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଘୋଷକଙ୍କ ତାଲିକା ଦେବାକୁ ସବୁ ଚ୍ୟାନେଲଙ୍କୁ ଚିଠି କରାଯିବ । ତାଲିକା ଦାଖଲ ପରେ ଘୋଷକ ଚୟନ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe